ବୃଦ୍ଧାଙ୍କ ମୃତ୍ୟୁ, ଲୁଟ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ
ଖୋର୍ଦ୍ଧା, 25 ଜୁଲାଇ (ହି.ସ.)ଜଟଣୀରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍ କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ବୃଦ୍ଧାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଗତକାଲି ରାତ୍ରୀରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯ
ବୃଦ୍ଧାଙ୍କ ମୃତ୍ୟୁ, ଲୁଟ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ


ଖୋର୍ଦ୍ଧା, 25 ଜୁଲାଇ (ହି.ସ.)ଜଟଣୀରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍ କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ବୃଦ୍ଧାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଗତକାଲି ରାତ୍ରୀରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତା ହେଲେ ୭୫ ବର୍ଷୀୟା ଶାନ୍ତିଲତା ପ୍ରଧାନ । ସୁଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ଗ୍ରାମରେ ବୃଦ୍ଧା ଏକା ରହୁଥିଲେ । ତାଙ୍କ ପୁଅ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଥିଲେ। ଗତକାଲି ଘରେ କେହି ନଥିବା ଏବଂ ବର୍ଷା ଲାଗି ରହିଥିବାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande