ପାଳସାହି ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ନିର୍ଦେଶରେ ତଦନ୍ତ ଆରମ୍ଭ
ଭଦ୍ରକ, ୨୫ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସେବା ସମବାୟ ସମିତିରେ ଦୀର୍ଘ ଚାରି ବର୍ଷ ଧରି ସାଧାରଣ ସଭା ଅନୁଷ୍ଠିତ ହୋଇନଥିବା ଅଭିଯୋଗକୁ ନେଇ ଅଂଚଳବାସୀ ଓ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଳସାହି ଓ ରଇପୁର ପଂଚାୟତକୁ ନେଇ ଗଠିତ ଏହି ସମିତି
PALASAHI SEVA SAMABAYA SAMITI -2


ଭଦ୍ରକ, ୨୫ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସେବା ସମବାୟ ସମିତିରେ ଦୀର୍ଘ ଚାରି ବର୍ଷ ଧରି ସାଧାରଣ ସଭା ଅନୁଷ୍ଠିତ ହୋଇନଥିବା ଅଭିଯୋଗକୁ ନେଇ ଅଂଚଳବାସୀ ଓ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଳସାହି ଓ ରଇପୁର ପଂଚାୟତକୁ ନେଇ ଗଠିତ ଏହି ସମିତି ଉପରେ ଅଂଚଳର ଅଧିକାଂଶ ଚାଷୀ ନିର୍ଭରଶୀଳ ଥିବାବେଳେ, ନିୟମ ଅନୁଯାୟୀ ସାଧାରଣ ସଭା ଅନୁଷ୍ଠିତ ହେବା କଥା। କିନ୍ତୁ ଦୀର୍ଘଦିନ ଧରି ଏହା ହୋଇ ନଥିବାରୁ ସମିତିର ସାମଗ୍ରିକ କାର୍ଯ୍ୟକଳାପ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଶୁକ୍ରବାର ଦୁଇ ପଂଚାୟତର ବହୁ ଚାଷୀ ଓ ବିଶିଷ୍ଟ ବ୍ୟକ୍ତି ସମିତି କାର୍ଯ୍ୟାଳୟରେ ପହଂଚି ସଭାପତି ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସମ୍ପାଦକଙ୍କ ଅନୁପସ୍ଥିତିରେ ସଭାପତିଙ୍କ ନିକଟରେ ସାଧାରଣ ସଭା ନ ହେବା, ଅଡିଟ ରିପୋର୍ଟ ପ୍ରକାଶ ନପାଇବା ଏବଂ ସମିତିର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଚାଷୀମାନେ କଡ଼ା ଜବାବ ମାଗିଥିଲେ। ଚାଷୀଙ୍କ ପ୍ରଶ୍ନର ଉତର ଦେଇ ସଭାପତି କହିଛନ୍ତି ଯେ, ଅଡିଟ ପ୍ରକ୍ରିୟା ଶେଷ ହୋଇନଥିବାରୁ ସଭା ଡକାଯାଇପାରି ନାହିଁ। ଆଗାମୀ କିଛି ମାସ ମଧ୍ୟରେ ସଭା କରିବାକୁ ଚେଷ୍ଟା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସମିତିରେ ଦୀର୍ଘଦିନ ଧରି ବେନିୟମ ଓ ମନମୁଖୀ କାର୍ଯ୍ୟ ଚାଲିଥିବା ନେଇ ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ ଅନେକ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାମରେ ହଜାର ହଜାର ଟଙ୍କାର ଋଣ ଦେଖାଇ ଅର୍ଥ ହଡ଼ପ କରାଯାଇଛି।ସମିତିର ସମ୍ପାଦକ ପ୍ରାୟତଃ ଅଫିସରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ସମିତିର ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ବେଆଇନ। ବର୍ତମାନର ସମ୍ପାଦକ ପୂର୍ବରୁ ଅନ୍ୟ ଏକ ସମବାୟ ସମିତିକୁ ବଦଳି ହୋଇ ଯାଇଥିବା ପରେ, ପୁଣି କେଉଁ ନିୟମ ଆଧାରରେ ଏଠାକୁ ଫେରିଲେ ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଚାଷୀମାନଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ନେଇ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଉନାହିଁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ କଳାକାରନାମା ପଦାକୁ ଆସିବ ବୋଲି ସେମାନେ ଦାବି କରିଥିଲେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦିନ ବିଭାଗୀୟ ଅଧିକାରି ମାନେ ତଦନ୍ତ ପାଇଁ ଆସିଥିଲେ, କିନ୍ତୁ ସମବାୟ ବିଭାଗର ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ଦେଇନଥିଲେ ସମ୍ପାଦକ ଙ୍କ ନିର୍ଦେଶ ରେ କିଛି ଅସାମାଜିକ ଲୋକ ହୋହାଲ୍ଲା କରିଥିଲେ ଫଳରେ ଅଧିକାରୀ ମାନେ ତଦନ୍ତ ନ କରି ଫେରି ଯାଇଥିଲେ, ଏବଂ ଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ଅନ୍ୟ ଏକ ତାରିଖ ଠିକ୍ କରାଯାଇ ତଦନ୍ତ ହେବ ବୋଲି କହିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande