
ପଟ୍ଟାମୁଣ୍ଡାଇ, ୨୫ ଜୁଲାଇ (ହି.ସ.)- ସାରା ଭାରତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବିଶ୍ୱବନ୍ଦିତ ଅଟେ l କାହିଁ କେତେ ଭକ୍ତ ମହାପ୍ରଭୁଙ୍କୁ ଟିକେ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଆସି ଦର୍ଶନ କରନ୍ତି। ଏତେ ମାତ୍ରାରେ ଭକ୍ତ ମାନଙ୍କୁ ସୁବିଧା ଦେବା ସରକାରଙ୍କ ତରଫରୁ ସମ୍ଭବ ହୋଇ ନ ଥାଏ l ସେଥିଲାଗି ରଥଯାତ୍ରାରେ ଭିନ୍ନ ଭିନ୍ନ ସାମାଜିକ ସଂଗଠନ ସହ ବିଭିନ୍ନ ସମାଜସେବୀ ମଧ୍ୟ ଭିନ୍ନ ଭିନ୍ନ ସେବା ଯୋଗାଇ ଥାଆନ୍ତି l ସାମାଜିକ ସେବା କ୍ଷେତ୍ରରେ ସାରା ଓଡ଼ିଶାରେ ଭିନ୍ନ ଭିନ୍ନ ସେବା ଯୋଗାଇଥିବା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ରଥ ଓ ପଥଚାରିଙ୍କ ପାଇଁ ଭିନ୍ନ ଭିନ୍ନ ସେବା ବଡ଼ଦାଣ୍ଡ ରେ ଯୋଗାଇଛନ୍ତି l ଏହି ସେବା ମଧ୍ୟରେ ରଥ ଟାଣୁଥିବା ଭକ୍ତ ମାନଙ୍କ ପାଇଁ ହେଉଥିବା ଅହେତୁକ ଗ୍ରୀଷ୍ମ ରୁ ବଞ୍ଚିବା ଲାଗି ବିଞ୍ଚଣା ସେବା, ରଥ ଟାଣୁଥିବା ଭକ୍ତ ଙ୍କ ପାଇଁ ଥଣ୍ଡା ପାନୀୟ ଜଳସେବା ଓ ଭକ୍ତ ମାନକୁ ଝାଳ ର ନିବାରଣ ପାଇଁ ଗାମୁଛା ସେବା ଓ ଗୁଳୁଗୁଳି ରୁ ବର୍ତ୍ତିବା ପାଇଁ ଚନ୍ଦନ କର୍ପୂର ଅଗୁର ଭଳି ସୁବାସିତ ଜଳ ସିଞ୍ଚନ ସେବା ପରି ଅନେକ ସେବା ଯୋଗାଇ ଦେଉଥିଲା l ଟ୍ରଷ୍ଟ ର ସଦସ୍ୟବୃନ୍ଦ ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରଥ ଚାଲୁ ଥିବା ସମସ୍ତ ଭକ୍ତଙ୍କୁ ଏହି ସେବା ଯୋଗାଇ ଦେଇଛନ୍ତି l ଏକାଧାରାରେ ଏହି ସେବାକୁ ଦେଖି ସାଧାରଣ ଜନତା ବାଃ ବାଃ ବୋଲି କହିଛନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ଟ୍ରଷ୍ଟ ର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନାମ ଜୟ ଜଗନ୍ନାଥ ଉଚ୍ଚାରଣ କରିଛନ୍ତି l ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତିଙ୍କ ସମେତ ଉପସଭାପତି ରଶ୍ମି ରଞ୍ଜନ ବାରିକ, କେଦାର ସ୍ୱାଇଁ, ନଳୀନକାନ୍ତ ବେହେରା, ଅଶୋକ କୁମାର ବେହେରା, ରାକେଶ ବଳ, ବିଶ୍ୱଜିତ ଦାସ, ନବକିଶୋର ରାଉତ, ସଞ୍ଜୟ କୁମାର ଚୌଧୁରୀ, ମନୋଜ ନାୟକ, ନରେନ୍ଦ୍ର ଗରଡା, ତପନ କୁମାର ନାଥ, ମନୋଜ କୁମାର ସାମଲ, ଗୌତମ ଦାସ ଓ ଗାଙ୍ଗୁଲି ଭଳ ପ୍ରମୁଖ ରହି ଏହି ସେବା କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ