ଗୁରୁ ଦିବସ ପାଳନ ପାଇଁ ୟୁଟିଆ ର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର , 25 ଜୁଲାଇ (ହି.ସ.) - ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ), ଭୁବନେଶ୍ୱର ତରଫରୁ ରାଜ୍ୟସ୍ତରୀୟ ଗୁରୁଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଂଘର ଭୁବନେଶ୍ୱର, ମାଷ୍ଟରକ୍ୟାିନସ୍ଥିତ ନୂତନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୨୦୨୬ ଗୁରୁଦିବ
ଗୁରୁ ଦିବସ ପାଳନ ପାଇଁ ୟୁଟିଆ ର ପ୍ରସ୍ତୁତି ବୈଠକ


ଭୁବନେଶ୍ୱର , 25 ଜୁଲାଇ (ହି.ସ.) - ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ), ଭୁବନେଶ୍ୱର ତରଫରୁ ରାଜ୍ୟସ୍ତରୀୟ ଗୁରୁଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଂଘର ଭୁବନେଶ୍ୱର, ମାଷ୍ଟରକ୍ୟାିନସ୍ଥିତ ନୂତନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୨୦୨୬ ଗୁରୁଦିବସକୁ କିପରି ମହାସମାରୋହରେ ପାଳନ କରାଯିବ ସେ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । ସଂଘର ସଭାପତି ଉପେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃତି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ କିଭଳି ସମ୍ବର୍ଦ୍ଧିତ କରାଯିବ ସଭାରେ ମୁଖ୍ୟ ଅତିଥିଙ୍କୁ ନିମନ୍ତ୍ରଣ ଓ ସଂଘର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଜିଲ୍ଲାସ୍ତରରୁ କୃତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାସ୍ତରକୁ ସନେ୍ଦଶ ଦିଆଯାଇଥିଲା । ଏହି ସମାରୋହରେ ପ୍ରାୟ ୨୦୦ ରୁ ଊଦ୍ଧ୍ୱର୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ସଂଘର କର୍ମର୍କା ନିର୍ବାଚନ, ଆୟ ବ୍ୟୟ ତଥା ସଭ୍ୟ ସଂଗ୍ରହ ଉପରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅର୍ଜୁନ କୁମାର ବିଶ୍ୱାଳ ଗୁରୁତ୍ୱାରୋପ କରିଥିଲେ । ସ୍ୱର୍ଗତ ବିକ୍ରମ କେଶରୀ ବର୍ମାଙ୍କ ନୀତି ଓ ଆଦର୍ଶରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର କାର୍ଯ୍ୟଧାରା ସମଗ୍ର ରାଜ୍ୟରେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିଛି । ସଂଗଠନକୁ ଦୀର୍ଘସ୍ଥାୟୀ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଯଥା- ପ୍ରଶ୍ନପତ୍ର ପ୍ରସ୍ତୁତି, ନୂତନ ସଭ୍ୟସଭ୍ୟା ଗ୍ରହଣ, ଜିଲ୍ଲା ଓ ବ୍ଲକ ସ୍ତରରେ ସଂଗଠନକୁ ମଜବୁତ୍ କରିବା ସହ ସଂଘ କରିଆସୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯକ୍ରମ ସମ୍ପର୍କରେ ବୈଠକରେ ବିଭିନ୍ନ ମତପ୍ରକାଶ ପାଇଥିଲା । ସଂଗଠନର ଆୟ ବୃଦ୍ଧି ଏବଂ ଆଗାମୀ ଦିନରେ ନୂତନ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ବିଭିନ୍ନ ସବ୍କମିଟି ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । କଟକସ୍ଥିତ ସଂଘର ନିଜସ୍ୱ ଗୃହରେ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲି ରୋଗୀସେବା କରିବା ପାଇଁ ଥିବା ପ୍ରସ୍ତାବ ମଧ୍ୟ ସ୍ଥାନ ପାଇଥିଲା । ଏ ଦିଗରେ ଏକ ପା ଜଣିଆ ପ୍ରତିନିଧି ମଣ୍ଡଳୀ ସର୍ଜମିନ୍ ତଦନ୍ତ କରି ରାଜ୍ୟ ସରକାର ଏବଂ ସ୍ଥାନୀୟ ସାଂସଦଙ୍କ ପାଣ୍ଠିରୁ ସହାୟତା ନିମନ୍ତେ ଯୋଗାଯୋଗ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande