ପାଚିକା ସହାୟିକାଙ୍କ କର୍ମଶାଳା ଅନୁଷ୍ଠିତ
ଜୟପୁର, ୨୫ ଜୁଲାଇ (ହି.ସ.)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଭୁବନେଶ୍ବରଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି l ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଆମ୍ବାଗୁଡା, ରଣ୍ଡାପାଲି, ହାଟ କଙ୍ଗା, ଜାମ
ପାଚିକା ସହାୟିକାଙ୍କ କର୍ମଶାଳା ଅନୁଷ୍ଠିତ


ଜୟପୁର, ୨୫ ଜୁଲାଇ (ହି.ସ.)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଭୁବନେଶ୍ବରଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି l ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଆମ୍ବାଗୁଡା, ରଣ୍ଡାପାଲି, ହାଟ କଙ୍ଗା, ଜାମୁଣ୍ଡା, ଦୋରାଗୁଡା ଓ ଜୟନ୍ତଗିରି ସାଧନ କେନ୍ଦ୍ର ର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଓ ପାଚିକା ସହାୟିକାଙ୍କ କର୍ମଶାଳା ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆମ୍ବାଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ ଗୋଟି କେନ୍ଦ୍ର ର ସମସ୍ତ ପାଚିକା ୨୦୦ ଜଣ ଯୋଗଦାନ କରିଥିଲେ। ରୋଷେଇ କରିବା ସହିତ ରୋଷେଇ ଘରକୁ ସଫା ସୁତୁରା ରଖିବା ଓ ଗ୍ୟାସ ର ବ୍ୟବହାର ସମ୍ବନ୍ଧରେ ତାଲିମ ପ୍ରାପ୍ତ ଶିକ୍ଷକମାନେ ସେମାନଙ୍କୁ ତାଲିମ ଦେଇଥିଲେ l ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆମ୍ବାଗୁଡାର ପ୍ରଧାନଶିକ୍ଷକ ସୁନୀଲ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବରିଷ୍ଠ ସହାୟକ ଶଶୀ ଭୂଷଣ ଦାସ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ସୋମନାଥ ଗାଦବା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ହୋଇ ଉପରୋକ୍ତ ବିଷୟରେ ପାଚିକା ମାନଙ୍କୁ ଅବଗତ କରାଇଥିଲେ lମନୋଜ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ହିସାବ ରକ୍ଷକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଦିତ୍ୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅପରାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ପାଚିକା ସହାୟକାଙ୍କୁ ସମସ୍ତ ବିଷୟରେ ସଚେତନ କରାଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ସମସ୍ତ ପାଚିକା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର କେ ଗୋପାଳ, ହିସାବ ରକ୍ଷକ ସର୍ବ ଶିକ୍ଷା ଅଭିଯାନ ରଂଜିତ ମହାନ୍ତି, ଶିକ୍ଷକ ମନୋଜ ପଟ୍ଟନାୟକ, ଅଶୋକ କୁମାର ସ୍ବାଇଁ, ରଘୁନାଥ ଖିଲ, ଦେବାଶିଷ ପାଳ, ରମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେl ବିଦ୍ୟାଳୟର କର୍ମଚାରୀ ଶ୍ରୀମତୀ ସଂଯୁକ୍ତା ନାୟକ, ନିରଞ୍ଜନ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଆମ୍ବାଗୁଡା ଭାଗିରଥି ବାରିକ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande