
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ବନ୍ୟା ପ୍ରଭାବିତ ଅଂଚଳରେ ଅଗ୍ନିଶମ ବିଭାଗର ୬୦ଟି ଟିମ୍ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସେମାନଙ୍କୁ ମୁତୟନ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଏଯାଏଁ ୨୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ମେଡିକାଲ, ବ୍ଲକ ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଇଛି। ତାଳଚେରର ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା