ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର
ବଲାଙ୍ଗିର, 29 ଜୁଲାଇ (ହି.ସ.) ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଏକ ନିଆରା ଭାବ ବହନ କରେ। ସେଥିପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ପୂଜନ ଲାଗି ଶିଷ୍ୟମାନଙ୍କ ଭିତରେ ନାହିଁ ନଥିବା ଉତ୍ସୁକତା ଦେଖିବାକୁ ମିଳିଥାଏ। ସେହିପରି ଆଜି ବିଚ୍ଛୁପାଲିସ୍ଥିତ ଶ୍ରୀ ତପୋବନ ଆଶ୍ରମରେ ଗୁରୁ ଶିଷ୍ୟ ପ
ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର


ବଲାଙ୍ଗିର, 29 ଜୁଲାଇ (ହି.ସ.)

ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଏକ ନିଆରା ଭାବ ବହନ କରେ। ସେଥିପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ପୂଜନ ଲାଗି ଶିଷ୍ୟମାନଙ୍କ ଭିତରେ ନାହିଁ ନଥିବା ଉତ୍ସୁକତା ଦେଖିବାକୁ ମିଳିଥାଏ। ସେହିପରି ଆଜି ବିଚ୍ଛୁପାଲିସ୍ଥିତ ଶ୍ରୀ ତପୋବନ ଆଶ୍ରମରେ ଗୁରୁ ଶିଷ୍ୟ ପରମ୍ପରାରେ ଉତ୍ସବମୁଖର ହୋଇ ଉଠିଥିଲା। ଆଶ୍ରମର ପ୍ରତିଷ୍ଠାତା ସ୍ଵାମୀ ତେଜୋମୟାନନ୍ଦ ସରସ୍ଵତୀଙ୍କ ଆବାହକତ୍ବ ରେ ଭଜନ ପରିବେଷଣ, କୀର୍ତ୍ତନ ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ତହଁକ୍ କୁଟୁମ୍ ତରଫରୁ ଏକ ଆଧ୍ୟାତ୍ମିକ କବିତା ଆସର ହୋଇଥିଲା। ସ୍ଵାମୀ ତେଜୋମୟାନନ୍ଦ ସରସ୍ଵତୀ, ସ୍ଵାମୀ ନିତ୍ୟୋବଧାନ ସରସ୍ଵତୀ, ବରଗଡ, ସ୍ଵାମୀ ପରମାହଂସାନନ ସରସ୍ଵତୀ, ଭବାନୀପାଟଣା ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରହଲ୍ଲାଦ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ୍ ମୁଖ୍ଯ ସମ୍ପାଦକ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ।

ଦିଗାମ୍ବର ନାଏକ, ସୁରେନ୍ଦ୍ର ପଟେଲ, ସୌକିଲାଲ୍ ସାହୁ, ଆଶୁକବି ଗରିବ ମଲ୍ଲିକ, ପ୍ରଶନ୍ନ ଗଡତ୍ୟା, ମଧୁସୂଦନ ଦାସ, ଦିଲିପ ପୁରୋହିତ, ଜନାର୍ଦ୍ଦନ ଥନାପତି, ସାଇଦେବ ପଟେଲ, ରାମଶଙ୍କର ଶତପଥୀ, ଯୁଧିଷ୍ଠିର ସେବକ, ରୋଶନ ସାହୁ ପ୍ରମୁଖ ଭକ୍ତି କବିତା ପାଠ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଡ ପୁରୁଷୋତ୍ତମ ଦାଶ, ଗୋବିନ୍ଦଚନ୍ଦ୍ର ମିଶ୍ର, ବିଜୟ ସାହୁ, ବବୁଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଶେଷରେ ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande