ଗାନ୍ଧୀ ବିଚାର ମଞ୍ଚର ଗାଡ଼ି ମାଲିକ ସଂଘକୁ ନୈତିକ ସମର୍ଥନ
ଭଦ୍ରକ, ୨୯ ଜୁଲାଇ (ହି.ସ.) - ଦୀର୍ଘ ସାତ ଦିନ ଧରି ଆମରଣ ଅନଶନ ରତ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ଓ ଭଦ୍ରକ ଜିଲ୍ଲା ଟିପ୍ପର ମାଲିକ ସଙ୍ଘକୁ ନୈତିକ ସମର୍ଥନ ଦେଇଛନ୍ତି। ଜାତୀୟ କୃଷକ ସମାଜର ସାଧାରଣ ସମ୍ପାଦକ ବିଶ୍ୱ କେଶରୀ ମହାନ୍ତି ଓ ଜିଲ୍ଲା ଗାନ୍ଧି ବିଚାର ମଞ୍ଚ ର ସମ୍ପାଦକ ସୁଧାକର ରାଉତ ଅନଶନ ସ୍
gandhi bichara manchar naitika samarthana


ଭଦ୍ରକ, ୨୯ ଜୁଲାଇ (ହି.ସ.) - ଦୀର୍ଘ ସାତ ଦିନ ଧରି ଆମରଣ ଅନଶନ ରତ ଭଦ୍ରକ ଜିଲ୍ଲା ବିକାଶ ପରିଷଦ ଓ ଭଦ୍ରକ ଜିଲ୍ଲା ଟିପ୍ପର ମାଲିକ ସଙ୍ଘକୁ ନୈତିକ ସମର୍ଥନ ଦେଇଛନ୍ତି। ଜାତୀୟ କୃଷକ ସମାଜର ସାଧାରଣ ସମ୍ପାଦକ ବିଶ୍ୱ କେଶରୀ ମହାନ୍ତି ଓ ଜିଲ୍ଲା ଗାନ୍ଧି ବିଚାର ମଞ୍ଚ ର ସମ୍ପାଦକ ସୁଧାକର ରାଉତ ଅନଶନ ସ୍ଥଳକୁ ଯାଇ ତାଙ୍କ ସାଙ୍ଗରେ ସାମିଲ ହୋଇଛନ୍ତି। ଶ୍ରୀ ରାଉତ ତାଙ୍କର ଅଭିଭାଷଣରେ ଆଦାନୀ ବନ୍ଦର୍ ଭଦ୍ରକର ଶିକ୍ଷିତ ବେକାର ଯୁବ ସମାଜର ଆର୍ôଥକ ଅଭିବୃଦ୍ଧି କରିବା ପରିବର୍ତ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚୁପ୍ ରହିବା ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଶିଳ୍ପାୟନର ପ୍ରକୃତ ଲାଭ ତେଲିଆ ମୁଣ୍ଡରେ ତେଲ ଦେବା ଭଳି ଦେଖା ଯାଉଛି ବୋଲି କଟାକ୍ଷ କରିଥିଲେ। ଅନୁରୁପ ଭାବେ ଶ୍ରୀ ମହାନ୍ତି ଟ୍ରକ୍ ମାଲିକ ସଙ୍ଘ ନିଜର ଅଧିକାର ପାଇଁ କରୁଥିବା ସଙ୍ଘର୍ଷକୁ ପ୍ରଶଂସା କରିବା ସହିତ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗାନ୍ଧି ବିଚାର ମଞ୍ଚର ଯୁଗ୍ମ ସମ୍ପାଦକ ମଦନ ମୋହନ ନାୟକ, ବଇଲୋଚନ ବେହୁରା, ସହ ସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକ ଓ ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande