ଭଦ୍ରକ ପୌରପାଳିକା ଓ ପଂଚାୟତର ବହୁ ପରିବାର ଜଳବନ୍ଦୀ , ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ ଓ ପୌରାଧ୍ୟକ୍ଷା
ଭଦ୍ରକ, ୨୯ ଜୁଲାଇ (ହି.ସ.) - ସାରା ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହରର ବିଭିନ୍ନ ଅଂଚଳ, ବିଶେଷକରି ୧ ରୁ ୫, ୧୦, ୧୧, ୧୯, ୨୧, ୨୫, ୨୭, ୨୮ ଓ ୨୯ ନମ୍ବର ୱାର୍ଡର ଏକ ହଜାରରୁ ଅଧିକ ପରିବାର ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ସାଳନ୍ଦୀ ନଦୀର ଅର୍ଣ୍ଣପାଳ,
BHADRAK MUNICIPALITY & PANCHAYAT JALABANDI


ଭଦ୍ରକ, ୨୯ ଜୁଲାଇ (ହି.ସ.) - ସାରା ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହରର ବିଭିନ୍ନ ଅଂଚଳ, ବିଶେଷକରି ୧ ରୁ ୫, ୧୦, ୧୧, ୧୯, ୨୧, ୨୫, ୨୭, ୨୮ ଓ ୨୯ ନମ୍ବର ୱାର୍ଡର ଏକ ହଜାରରୁ ଅଧିକ ପରିବାର ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ସାଳନ୍ଦୀ ନଦୀର ଅର୍ଣ୍ଣପାଳ, ବିଷ୍ଣୁପୁରବିନ୍ଧା, କଲେଇ, ରାଜମୁକୁନ୍ଦପୁର, ଖଣ୍ଡତଡା, ବାଉଦପୁର, ଆଦି ବହୁ ତଳିଆ ଅଂଚଳ ଏବେ ବନ୍ୟାଜଳରେ ଉବୁଟୁବୁ ହେଉଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବ୍ଲକ୍ ପ୍ରଶାସନକୁ ଧରି ସାଳନ୍ଦୀ ନଦୀର ତଳିଆ ଅଂଚଳ ଗୁଡିକ ପରିଦର୍ଶନ କରି ସେମାନଙ୍କ ସମସ୍ୟା ସଂର୍ପକରେ ପଚାରି ବୁଝିଥିଲେ। ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ ତୁରନ୍ତ ବନ୍ୟାକ୍ଲିଷ୍ଟ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ସାଳନ୍ଦୀ କେନାଲ୍ କୂଳରେ ବସବାସ କରୁଥିବା ପରିବାରମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପ୍ରଭାବିତ ପରିବାରମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯଥାଶୀଘ୍ର ପହଂଚାଇବାକୁ ଅଧ୍ୟକ୍ଷା ଅନୁରୋଧ କରିଛନ୍ତି। ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରି ପ୍ରଭାବିତ ଅଂଚଳବାସୀଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସାଳନ୍ଦୀ କେନାଲ୍ ବନ୍ଧର ସ୍ଥାୟୀ ସୁଦୃଢ଼ୀକରଣ କରି ଭବିଷ୍ୟତରେ ଏଭଳି ବନ୍ୟା ପରିସ୍ଥିତିରୁ ଭଦ୍ରକବାସୀଙ୍କୁ ସୁରକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande