କୁମିଆପାଲି ଗ୍ରାମର ୮୪ ଆଦିବାସୀ ପରିବାର ଜଳ ସମାଧି ପାଇବେ!
ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ଲୋଇସିଂହା ବ୍ଲକର କୁମିଆପାଲି ଗ୍ରାମ ବର୍ତମାନ ପାଣି ଘେରରେ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକଳ୍ପର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏପଟେ କୁମିଆପାଲି ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବିଚ୍
କୁମିଆପାଲି ଗ୍ରାମର ୮୪ ଆଦିବାସୀ ପରିବାର ଜଳ ସମାଧି ପାଇବେ  !


ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ଲୋଇସିଂହା ବ୍ଲକର କୁମିଆପାଲି ଗ୍ରାମ ବର୍ତମାନ ପାଣି ଘେରରେ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକଳ୍ପର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏପଟେ କୁମିଆପାଲି ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ଏଭଳି ସ୍ଥିତିରେ ଉଚିତ୍ ଥଇଥାନ ଓ କ୍ଷତିପୂରଣ ଦାବିରେ ଗାଁରେ ରହିଯାଇଥିବା ୮୪ ଆଦିବାସୀ ପରିବାର ବର୍ତମାନ ପାଣି ଘେରରେ ରହିଛନ୍ତି। କିଛିଦିନ ତଳେ ଗ୍ରାମର ୭ ଜଣ ଆଦିବାସୀ ନେତାଙ୍କୁ ପୋଲିସ ରାତି ଅଧିଆ ଉଠାଇ ନେଇ ବଲାଙ୍ଗୀର ସଦର ଥାନାରେ ଅଟକ ରଖିଥିଲା। ଅଟକଥିବା ଆଦିବାସୀ ନେତା ଓ ପ୍ରଶାସନ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ପରେ କୁମିଆପାଲି ଗ୍ରାମରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣା ପ୍ରତ୍ୟାହାର ହେଲା ବୋଲି ଆଦିବାସୀ ନେତା ଘୋଷଣା କରିଥିଲେ। ଇତିମଧ୍ୟରେ ଗ୍ରାମରେ ସର୍ଭେ ଆରମ୍ଭ ହୋଇଥିଲେ ହେଁ ଆଦିବାସୀ ପରିବାରଗୁଡ଼ିକୁ ସ୍ଥାନାନ୍ତର କରିବା ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଇ ନଥିବା ଅଭିଯୋଗ ହେଉଛି। ଅନେକ ଘର ଭିତରେ ପ୍ରକଳ୍ପର ଠେଲା ପାଣି ପ୍ରବେଶ କରିଥିବା ଜଣାଯାଇଛି। ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ପ୍ରଶାସନ ଉଚିତ୍ କ୍ଷତିପୂରଣ ଓ ଥଇଥାନ ଦେବା ପୂର୍ବରୁ ଆଦିବାସୀ ପରିବାରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରୁଥିବା ଗ୍ରାମର ପ୍ରେମରାଜ ବରିହା ଅଭିଯୋଗ କରିଛନ୍ତି। ଏଥିସହିତ ଆଲୋଚନା ମୁତାବକ ପ୍ରଶାସନ ନିଜର ପ୍ରତିଶ୍ରୁତି ପୂରଣ ନକଲେ ଗ୍ରାମର ସମସ୍ତ ଆଦିବାସୀ ପରିବାର ଏହି ପ୍ରକଳ୍ପରେ ଜଳ ସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବରୁ ସହାୟତା ରାଶି ଗ୍ରହଣ କରିଥିବା ପରିବାରଗୁଡ଼ିକ ଗାଁ ଛାଡ଼ି ସାରିଥିବାବେଳେ ରହିଯାଇଥିବା ୮୪ ଆଦିବାସୀ ପରିବାର ଏବେ ଲୋୟର ଶୁକତେଲ ପ୍ରକଳ୍ପର ଆସନ୍ନ ବିପଦକୁ ଅପେକ୍ଷା କରି ରହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande