ଅଟୋ ଉପରେ ପଡ଼ିଲା ବିଶାଳକାୟ ଗଛ,ଅଳ୍ପକେ ବର୍ତ୍ତିଲେ ଚାଳକ
ନୂଆପଡ଼ା,୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ୩୫୩ ନମ୍ବର ଜାତୀୟ ରାଜପଥର ବନଖଣ୍ଡ ଅଧିକାରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଆଜି ଏକ ବିଶାଳକାୟ ବୃକ୍ଷ ଭାଙ୍ଗି ରାସ୍ତା ଉପରେ ଯାଉଥିବା ଏକ ଅଟୋ ଉପରେ ପଡ଼ିଯାଇଥିଲା। ଏହି ଘଟଣାରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଳକ ଅଳ୍ପକେ ବର୍ତ୍
Auto upare padila gachha


ନୂଆପଡ଼ା,୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ୩୫୩ ନମ୍ବର ଜାତୀୟ ରାଜପଥର ବନଖଣ୍ଡ ଅଧିକାରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଆଜି ଏକ ବିଶାଳକାୟ ବୃକ୍ଷ ଭାଙ୍ଗି ରାସ୍ତା ଉପରେ ଯାଉଥିବା ଏକ ଅଟୋ ଉପରେ ପଡ଼ିଯାଇଥିଲା। ଏହି ଘଟଣାରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହା ଫଳରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖଡ଼ିଆଳ ଦମକଳ ବାହିନୀ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ ତାରକୁ ସୁରକ୍ଷିତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ପରେ ବୃକ୍ଷକୁ କାଟି ରାସ୍ତାରୁ ହଟାଯାଇ ଅଟୋକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ, ପ୍ରବଳ ପବନ ଓ ବର୍ଷା ଯୋଗୁଁ ଖଡ଼ିଆଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ଜଣାପଡ଼ିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande