ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା
ଭଦ୍ରକ, ୨୯ ଜୁଲାଇ (ହି.ସ.) - ଆଜି ସରସ୍ୱତୀ ଶିସୁ ବିଦ୍ୟା ମନ୍ଦିର ଭଦ୍ରକ ବନ୍ତରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ନବ କୁମାର ଲେଙ୍କା ଯୋଗଦାନ କରି ଆଜିର ଦିବସର ମହତ୍ୱ ବିଷୟରେ ବକ୍ତବ୍ୟ ପ୍ର
BONTH SISHU MANDIRA GURU PURNIMA


ଭଦ୍ରକ, ୨୯ ଜୁଲାଇ (ହି.ସ.) - ଆଜି ସରସ୍ୱତୀ ଶିସୁ ବିଦ୍ୟା ମନ୍ଦିର ଭଦ୍ରକ ବନ୍ତରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ନବ କୁମାର ଲେଙ୍କା ଯୋଗଦାନ କରି ଆଜିର ଦିବସର ମହତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦାମୋଦର ନାୟକ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଯୋଜନାରେ କାର୍ଯ୍ୟକ୍ରମକୁ ସଂଯୋଜନା କରି ଶ୍ରୀଗୁରୁ ପୂର୍ଣ୍ଣିମାର ବିଷୟରେ ବ୍ୟାଖା କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନନ୍ତ ପଲେଇ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟଙ୍କ ଦ୍ୱାରା ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande