
ଝାରସୁଗୁଡା , 29 ଜୁଲାଇ (ହି.ସ.)ଟିଆରଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ପକ୍ଷରୁ ଭାରତରତ୍ନ, ବିଶିଷ୍ଟ ଶିଳ୍ପପତି, ଦୂରଦର୍ଶୀ ନେତା ତଥା ଆଧୁନିକ ଭାରତର ଶିଳ୍ପ ବିକାଶର ଅନ୍ୟତମ ସ୍ଥପତି ଜେ.ଆର୍.ଡି. ଟାଟାଙ୍କ ୧୨୨ତମ ଜୟନ୍ତୀ ଅବସରରେ ବୁଧବାର ବେଲପାହାଡ଼ସ୍ଥିତ ଟାଟା ପାର୍କ ପରିସରରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି।
ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଟିଆରଏଲ୍ କ୍ରୋସାକିର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜେ.ଆର୍.ଡି. ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସେ ଜେ.ଆର୍.ଡି. ଟାଟାଙ୍କ ଆଦର୍ଶ, ସତ୍ୟନିଷ୍ଠା, ଉତ୍କର୍ଷତା ଏବଂ ରାଷ୍ଟ୍ର ଗଠନ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ସମସ୍ତଙ୍କୁ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ ଡ଼. ତୁଷାର କାନ୍ତି ଦାସ (ନିର୍ଦ୍ଦେଶକ, ମେଡିକାଲ ସର୍ଭିସେସ୍), ବିଶାଳ ସାହୁ, ସୀତାକାନ୍ତ ପୃଷ୍ଟି, ସୁଶାନ୍ତ କୁମାର ଦାସ, କୁମାର ହେରମ୍ବ ନାରାୟଣ ନାୟକ, ନିରଞ୍ଜନ ଦାଶ, ମାନସ ରଞ୍ଜନ ପାଢ଼ୀ ଓ ମନୋଜ ପଟେଲ ଉପସ୍ଥିତ ଥିଲେ।
ଏଥିସହ ବେଲପାହାଡ଼ର ବିଶିଷ୍ଟ ପ୍ରବୀଣ ନାଗରିକ ସଞ୍ଜୟ ସିଂହ, ବବ୍ବନ ସିଂହ ଓ ଯୁଧିଷ୍ଠିର ମୁଖୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, କମ୍ପାନୀର କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ।
ଜେ.ଆର୍.ଡି. ଟାଟାଙ୍କ ଜୀବନ, ଦୂରଦର୍ଶୀ ନେତୃତ୍ୱ ଓ ଦେଶ ଗଠନରେ ତାଙ୍କ ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରି ଟିଆରଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ପୁନର୍ବାର ବିଶ୍ୱାସ, ଦାୟିତ୍ୱବୋଧ ଏବଂ ଉତ୍କର୍ଷତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଥିବା ପ୍ରକାଶ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ