
ଜୟପୁର , 29 ଜୁଲାଇ (ହି.ସ.) - ବର୍ଷ ବର୍ଷ ଧରି ପ୍ରଶାସନର ଅଣଦେଖା କାରଣ ରୁ ସାହି ର ରାସ୍ତା ମରାମତି ହୋଇ ପାରିଲା ନାହିଁ।ବର୍ଷା ଦିନ ଆସିଲା ରାସ୍ତା କାଦ ପଚ ହେଲା।କାଦ ରାସ୍ତା ରେ ଲୋକେ ଯିବା ଆସିବା କଷ୍ଟ କର ହେଲା।ଶେଷ ରେ ନିଜ ସାହି ରାସ୍ତାର ମରାମତି ପାଇଁ ଚାନ୍ଦା କରି କାଦ ରାସ୍ତା ଉପରେ ବଜାରୀ ଗୋଡି ଓ ଡଷ୍ଟ ପାଉଡର ପକାଇ ରାସ୍ତା ମରାମତି କଲେ ଗ୍ରାମ ବାସୀ।ଏଭଳି ଦୃଶ୍ୟ ସାମ୍ନା କୁ ଆସିଛି ବୋରିଗୁମ୍ମା-ସହର ର ଅଜଧ୍ୟା ନଗର ପ୍ରଥମ ଗଳି ରୁ। ଏହି ମରାମତି ନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି ସ୍ୱତ୍ତ୍ୱେ ମରାମତି ହେଲାନି।ବର୍ଷା ଦିନେ ରାସ୍ତା କାଦ ପଚ ପଚ ଶେଷରେ ସାହି ବାସିନ୍ଦା ନିଜେ ଚାନ୍ଦା କରି ରାସ୍ତା ର ମରାମତି କାର୍ଯ୍ୟ କରିଛନ୍ତି। ପ୍ରଶାସନ ରାସ୍ତା କାଦ କଲେ ଆମେ ତାକୁ ଡ୍ରେସିଂ କରିଛୁ ବୋଲି କହିଲେ ସ୍ଥାନୀୟ ବାସିନ୍ଦା କୃଷ୍ଣ ପଟନାୟକ ସରୋଜ ପ୍ରହରାଜ ସୂଚନା ଦେଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି