

ବଜ୍ରପାତ ରେ ମୃତ ବାପା,ପୁଅ ଙ୍କ ପରିବାର କୁ ଭେଟିଲା ବିଜେଡି ଟିମ୍
ଭୁବନ 29 ଜୁଲାଇ (ହି.ସ.)ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭଏରପୁର ବାଲିପଡ଼ା ଗ୍ରାମର ବାପା ସନ୍ତୋଷ ଦେହୁରୀ (୫୮) ଓ ପୁଅ ସତ୍ୟ ନାରାୟଣ ଦେହୁରୀ (୨୪) ଙ୍କ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଅକାଳ ବିୟୋଗ ହୋଇଥିଲା । ଏହି ଦୁଃଖଦ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ଓ ଶୋକର ଛାୟା ଖେଳିଯାଇଥିଲା । ଆଜି ବୁଧବାର ବିଜୁ ଜନତା ଦଳ ତରଫରୁ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ବିଜେଡି ଯୁବ ସଭାପତି ଉପେନ୍ଦ୍ର ରାଉତ,ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଭୂଷଳ ର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ମଲ୍ଲିକ ଙ୍କ ସମେତ ବିଜେଡି କାର୍ଯ୍ୟକର୍ତ୍ତା ମାନେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଧରି ଆଗକୁ ବଢ଼ିବାକୁ ସାହସ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ