ବିଦ୍ୟୁତ୍ କର୍ମଚାରୀମାନଙ୍କ ଆନ୍ଦୋଳନ ଆହୁରି ବ୍ୟାପକ ହେବ- ସିପିଆଇ
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଦ୍ୟୁତ୍ ଶାଖା ବୈଠକ ସାଥି ସତ୍ୟବାଦୀ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶାଖା ସମ୍ପାଦକ ପରମାନନ୍ଦ ବେହେରା ବିବରଣୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍ବୋଧ
ବିଦ୍ୟୁତ୍ କର୍ମଚାରୀମାନଙ୍କ ଆନ୍ଦୋଳନ ଆହୁରି ବ୍ୟାପକ ହେବ- ସିପିଆଇ


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଦ୍ୟୁତ୍ ଶାଖା ବୈଠକ ସାଥି ସତ୍ୟବାଦୀ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶାଖା ସମ୍ପାଦକ ପରମାନନ୍ଦ ବେହେରା ବିବରଣୀ ଉପସ୍ଥାପନ କରିଥିଲେ। ଏହି ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍ବୋଧନ ଦେଇ ଅତୀତରେ ବିଦ୍ୟୁତ୍ କର୍ମଚାରୀଙ୍କ ଶକ୍ତିଶାଳୀ ଆନ୍ଦୋଳନ ଫଳରେ ଯାହା ହାସଲ ହୋଇଥିଲା, ଶାଣିତ ସଂଘର୍ଷ ମନ୍ଥର ହେବା ଫଳରେ ଟାଟା କମ୍ପାନୀ ଅନକେ ସୁବିଧା ପ୍ରତ୍ୟାହାର କଲାଣି। କର୍ମଚାରୀଙ୍କ ସମସ୍ୟା ସମାଧାନକୁ ଏଡ଼ାଇଯାଇ ଗ୍ରାହକ ଶୋଷଣ ବଢ଼ାଇଥିବାବେଳେ କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପଛକୁ ପଡ଼ିଯାଉଛି। ଆଉ ନୁହେଁ। ବିଜେପି ସରକାର ଉଭୟ ବିଦ୍ୟୁତ୍ ଶ୍ରମିକ ଓ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି। ଏହା ବିରୋଧରେ ସମଗ୍ର ରାଜ୍ୟର ତୃଣମୂଳ ସ୍ତରରୁ ବ୍ୟାପକ ଭାବେ କର୍ମଚାରୀ ଓ ଗ୍ରାହକଙ୍କୁ ସଙ୍ଗଠିତ କରି ଶକ୍ତିଶାଳୀ ଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ପାର୍ଟିର ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଭୁବନେଶ୍ୱର ଅଞ୍ଚଳ ସମ୍ପାଦକ କୈଳାସ ପୁହାଣ, ଶମ୍ଭୁପ୍ରସାଦ ମହାପାତ୍ର, ଶ୍ରୀକୃଷ୍ଣ ପଟ୍ଟନାୟକ, ରମେଶ ମିଶ୍ର ଓ ଶ୍ୟାମସୁନ୍ଦର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୬ରୁ ୧୫ ଅଗଷ୍ଟ ଦେଶବ୍ୟାପୀ ପଦଯାତ୍ରା ଓ ୧ ସେପ୍ଟେମ୍ବର ଦିଲ୍ଲୀ ଚଲୋର ସଫଳତା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଅଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande