
ଝାରସୁଗୁଡ଼ା, ୨୯, ଜୁଲାଇ (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଆଜି ଝାରସୁଗୁଡ଼ା ସ୍ଥିତ ଗୋଶାଳା ପରିଦର୍ଶନ କରି ସେଠାରେ ଚାଲିଥିବା ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଗୋଶାଳାର ସ୍ୱଚ୍ଛତା, ଗୋ-ସେବା, ପଶୁମାନଙ୍କ ଯତ୍ନ ଓ ଉପଲବ୍ଧ ଭିତ୍ତିଭୂମିର ତଦାରଖ କରିଥିଲେ। ଗୋଶାଳାର ରକ୍ଷଣାବେକ୍ଷଣକୁ ଅଧିକ ସୁଦୃଢ଼ କରିବା ସହ ଗୋବଂଶଙ୍କ ପାଇଁ ଆବଶ୍ୟକ ସୁବିଧାସୁଯୋଗର ଉନ୍ନତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଗୋଶାଳାର କର୍ମକର୍ତ୍ତା, ସେକ୍ରେଟାରୀ ଅନିଲ ବୋଆନିଆ,ସନ୍ଦୀପ ଅଗସ୍ତି, ମୁକେଶ ତିୱାରୀ, ଗୋପାଳ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ। ଗୋଶାଳାର ସାମଗ୍ରିକ ପରିଚାଳନାକୁ ଅଧିକ ଫଳପ୍ରଦ କରିବା ଏବଂ ପଶୁମାନଙ୍କ ଉତ୍ତମ ଯତ୍ନ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ଚହ୍ୱାଣ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଯେଉଁଠି ବି କିଛି କମି ଅଛି ତାକୁ ପୂରଣ କରିବା ପାଇଁ କର୍ତ୍ତୃପକ୍ଷ ଙ୍କୁ କହିବା ସହ ପ୍ରଶାସନ ଆବଶ୍ୟକ ସମୟରେ ସଦାସର୍ବଦା ସହଯୋଗ କରିବ ବୋଲି ମତବ୍ୟକ୍ତ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ