ଦେଶୀ ମହୁଲି ମଦ ଜବତ, ବେପାରୀ ଗିରଫ
କୋରାଇ, ୨୯ ଜୁଲାଇ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ଛୋଟରାୟପୁର ଗ୍ରାମ ଛକରେ ଦେଶୀ ମଦ ବିକ୍ରିର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଜପୁରରୋଡ ମୁଣ୍ଡମାଳ ଅଂଚଳର ବୁଲା ମୁଣ୍ଡା(୫୨) ଯେକି ଏବେ ଛୋଟରାୟପୁରରେ ରହୁଛନ୍ତି ତାଙ୍କ ନିକଟରୁ ୨ଟି ପଲଥିନ ଜରି ବ
ଦେଶୀ ମହୁଲି ମଦ ଜବତ, ବେପାରୀ ଗିରଫ


କୋରାଇ, ୨୯ ଜୁଲାଇ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ଛୋଟରାୟପୁର ଗ୍ରାମ ଛକରେ ଦେଶୀ ମଦ ବିକ୍ରିର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଜପୁରରୋଡ ମୁଣ୍ଡମାଳ ଅଂଚଳର ବୁଲା ମୁଣ୍ଡା(୫୨) ଯେକି ଏବେ ଛୋଟରାୟପୁରରେ ରହୁଛନ୍ତି ତାଙ୍କ ନିକଟରୁ ୨ଟି ପଲଥିନ ଜରି ବ୍ୟାଗରେ ୧୦ ଲିଟର ଦେଶୀ ମହୁଲି ମଦ ଧରାଯାଇଥିଲା। ବୁଲାକୁ ଥାନାକୁ ଆଣିବା ପରେ ଏକ ମାମଲା ୨୯୧/୨୬ ରୁଜ୍ଜୁ କରାଯାଇ ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିବା ଫାଣ୍ଡି ଅଧିକାରୀ ଏଏସ୍ଆଇ ଦେବପ୍ରସାଦ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande