'ଧର୍ମେନ୍ଦ୍ରଙ୍କ ପ୍ରତି ଆକ୍ଷେପ ସୈତାନର ବେଦ ପାଠ ଭଳି' ନାଉରୀ ନାଏକ
'ଧର୍ମେନ୍ଦ୍ରଙ୍କ ପ୍ରତି ଆକ୍ଷେପ ସୈତାନର ବେଦ ପାଠ ଭଳି' ନାଉରୀ ନାଏକ
'ଧର୍ମେନ୍ଦ୍ରଙ୍କ ପ୍ରତି ଆକ୍ଷେପ ସୈତାନର ବେଦ ପାଠ ଭଳି' ନାଉରୀ ନାଏକ


ସମ୍ବଲପୁର,୨୯, ଜୁଲାଇ (ହି.ସ.) ନିଟ୍ ପ୍ରଶ୍ନ ପତ୍ର ଲିକ୍, ପରବର୍ତ୍ତୀ ଆନ୍ଦୋଳନ, ପରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଗତକାଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନାକୁ ନେଇ ଆଜି ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀଙ୍କ ପକ୍ଷରୁ କରାଯାଇଥିବା ଟିପ୍ପଣୀକୁ ରୋକଠୋକ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ ।

ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଦ୍ଵାରା ପ୍ରଦତ୍ତ ଏକ ପ୍ରେସ ବିବୃତିରେ ଶ୍ରୀ ନାଉରୀ ନାୟକ କହିଛନ୍ତି ଯେ...

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ । ତାଙ୍କର ବକ୍ତବ୍ୟ ଶୁଣିଲେ ଲାଗୁଛି ଯେମିତି ସୈତାନ ବେଦ ପାଠ କରୁଛି । ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ସେ ନିଜେ ୧୦ ବର୍ଷ କ୍ଷମତାରେ ରହିଥିଲେ । ଆଜି ସେ ଛାତ୍ରଛାତ୍ରୀ ଯୁବକ୍ ଯୁବତୀ ଙ୍କୁ ନେ଼ଇ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ସଦୃଶ । ନିଜେ ଶାସନ କଳରେ ଥିବା ସମୟରେ ରାଜ୍ୟରେ ୨୦୧୫ ରେ କନଷ୍ଟେବଲ ନିଯୁକ୍ତ ଅନିୟମିତତା, ୨୦୧୬, ୨୦୧୯ ଓ ୨୦୨୨ ରେ ପ୍ରଶ୍ନ ପତ୍ର ଲିକ୍, ୨୦୧୮ ମେଟ୍ରିକ୍ ପ୍ରଶ୍ନ ପତ୍ର ଲିକ୍, ୨୦୨୩ କନିଷ୍ଠ ଯନ୍ତ୍ରୀ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଭଳି ଅନେକ ଘଟଣା ଘଟିଥିଲା, ତାହା ସେ ବୋଧହୁଏ ଭୁଲି ଯାଇଛନ୍ତି । ସେତେବେଳେ ବିଜେଡି ସରକାରର କୌଣସି ମନ୍ତ୍ରୀ ନା ନିଜେ ଦାୟିତ୍ବ ମୁଣ୍ଡାଇଥିଲେ ନା ଇସ୍ତଫା ଦେଇଥିଲେ । ତାଙ୍କ ସରକାର ସମୟରେ ଶହ ଶହ ଦୁଷ୍କର୍ମ ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଓ ହତ୍ୟା, ରାଜନୈତିକ ହତ୍ୟା ଘଟିଥିଲା । ପରୀ, ବେବିନା, ମମିତା ମେହେର, ମାଧବୀଲତା ଭଳି ଅନେକ ଅପହରଣ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବେଳେ ସେ ନୀରବ ରହିଥିଲେ କାହିଁକି ? ସେତେବେଳର ପ୍ରତିକ୍ରିୟା କଣ ଥିଲା ? ମାହାଙ୍ଗା ଡବଲ ମର୍ଡର ଠୁଁ ଆରମ୍ଭ କରି ସରକାରଙ୍କ ଜଣେ ଦକ୍ଷ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା ଘଟଣାରେ ତାଙ୍କର ଆଭିମୁଖ୍ୟ କଣ ଥିଲା ? ପ୍ରତ୍ୟେକ ଘଟଣାରେ ବିଜେଡିର କୌଣସି ନା କୌଣସି ନେତା ମନ୍ତ୍ରୀ ବିଧାୟକଙ୍କ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ ନାମ ସଂଶ୍ଳିଷ୍ଟ ଥିଲା । ପ୍ରତ୍ୟେକ ଘଟଣାକୁ ତତ୍କାଳୀନ ସରକାର ଚପାଇ ଦେଉଥିଲେ । ସେତେବେଳେ କେତେଜଣ ବିଧାୟକ କି ମନ୍ତ୍ରୀ ଇସ୍ତଫା ଦେଇଥିଲେ ? ରାଜ୍ୟରେ ଯେତେବେଳେ ଶହଶହ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିଥିଲେ ସେତେବେଳେ ସେ କେଉଁଠି ଥିଲେ ? ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ର ଲକ୍ଷ ଲକ୍ଷ ଲୋକ ନିର୍ବାଚିତ କରି ମାତ୍ରାଧିକ ବ୍ୟବଧାନ ରେ ସମ୍ମନ୍ ପୂର୍ବକ ଭାବେ ଲୋକସଭାକୁ ପଠେଇଛନ୍ତି । ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ଲୋକେ ବର୍ତମାନ ଅନୁଭବ କରି ସାରିଲେଣି ଯେ ଧର୍ମେନ୍ଦ୍ର ପ୍ରଧାନ ହେଇଛନ୍ତି ବିକାଶ୍ ପୁରୁଷ । ସେ ସମ୍ବଲପୁର ଆସିବା ପରେ ସମ୍ବଲପୁର ର ଅନେକ ବିକାଶ କାର୍ଯ୍ୟ ଯୋଜନା କରି ତାକୁ କ୍ରୀୟନ୍ଵୟନ୍ କରିଛନ୍ତି । ସେ ରେଢ଼ାଖୋଲ ର ଭୀମ ମଣ୍ଡଳୀ ର ବିକାଶ ହେଉ କି ସୁରେନ୍ଦ୍ର ସାଏ ଙ୍କ ଜନ୍ମ ସ୍ଥନ ଖୀଣ୍ଡା ର ବିକାଶ ହେଉ, ଦ୍ୱିତୀୟ ଜାଲିଆନାୱାଲାବାଗ କୁଦୋପାଲି ର ଉନ୍ନତୀକରଣ ହେଉ କି ହୀରାକୁଦ ର ପର୍ୟ୍ୟଟନ ର ବିକାଶ ହେଉ, ରିଭର୍ ଫ୍ରଣ୍ଟ ହେଉ କି ଆଉଟର ରିଙ୍ଗ ରୋଡ ହେଉ ବହୁମୁଖୀ ବିକାଶ ର ବିନ୍ଧାଣୀ ସାଜିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଯାହା ବିଜେଡି ସରକାର କେବେ ଚିନ୍ତା ବି କରି ପାରିନଥିଲା । ତେଣୁ ସଂସଦ ପଦବୀ ରୁ ଇସ୍ତଫା ଦେବା ପ୍ରସଙ୍ଗ ଉଠାଇ ସେ ଲୋକଙ୍କ ମତ କୁ ଅସମ୍ମାନ ପ୍ରଦର୍ଶନ କରୁଛନ୍ତି ।

ରହିଲା କଥା ଇସ୍ତଫା ପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ରେ ହୋଇଥିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ତାଙ୍କର କୋଟି କୋଟି ସମର୍ଥକ ରହିଛନ୍ତି । ଵିଶେଷ କରି ରାଜ୍ୟ ରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ବେଳେ ୨୦୧୪ ରୁ ୨୦୨୪ ମଧ୍ୟରେ ରାଜ୍ୟ ରେ ଶହ ଶହ କେନ୍ଦ୍ରୀୟ ଯୋଜନା ଓ ବିକାଶ କାର୍ଯ୍ୟ କୁ ଓଡ଼ିଶା କୁ ଆଣିବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରେ ଓଡ଼ିଶା ର ଯଦି କୌଣସି ନେତା ରାଷ୍ଟ୍ରୀୟ ରାଜନୀତିରେ ନିଜକୁ ସ୍ଥାପିତ କରି ଓଡ଼ିଶା କୁ ଗୌରାନ୍ଵିତ କରିଛି ତ ସେ ହେଉଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରିୟତା କୁ ବିଜେଡି ହଜମ୍ କରି ପାରୁ ନାହିଁ । ଶାସନ ଯିବାର ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର ଅବସ୍ଥା ଔଷଧ ଅଭାବ ରେ ତାଟିଆ କାମୁଡିବା ଭଳି ହୋଇ ଗଲାଣି ।

ସେହଭଳି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ମିଳିତ ପ୍ରେସ ବିବୃତିରେ କହିଛନ୍ତି ଯେ...

ରୋହିତ ବାବୁ ଙ୍କ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ର ଦୋଷ ନିଜେ ନେଇ ତୁରନ୍ତ ସିବିଆଇ ତଦନ୍ତ କରେଇ, ଖୁବ କମ ସମୟରେ ପୁନଃ ପରୀକ୍ଷା କରାଇଥିଲେ । ଦେଶ କୁ ରାଷ୍ଟ୍ର ଦ୍ରୋହୀ ଙ୍କ ଅରାଜକତା ବଞ୍ଚେଇବା ପାଇଁ ଇସ୍ତଫା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande