ଜିଲ୍ଲାସ୍ତରୀୟ ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବା ପ୍ରତିଯୋଗିତା ଅନୁଷ୍ଠିତ
ମାଲକାନଗିରି,୨୯ ଜୁଲାଇ (ହି.ସ.) - ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏବଂ ମାଇ ଭାରତ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା “ବିକ ଶିତ ଭାରତ ପାଇଁ ନିଶା ମୁକ୍ତ ଯୁବା” ପ୍ରମୁଖ ପଦକ୍ଷେପ ଅଧୀନରେ, ହନିତ କୁମାର ଜିଲ୍ଲା ଯୁବ ଅଧିକାରୀଙ୍କ ଦ୍ୱାରା ରେ ମହ
ଜିଲ୍ଲାସ୍ତରୀୟ “ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବା ” ପ୍ରତିଯୋଗିତା ଅନୁଷ୍ଠିତ


ମାଲକାନଗିରି,୨୯ ଜୁଲାଇ (ହି.ସ.) - ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏବଂ ମାଇ ଭାରତ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା “ବିକ ଶିତ ଭାରତ ପାଇଁ ନିଶା ମୁକ୍ତ ଯୁବା” ପ୍ରମୁଖ ପଦକ୍ଷେପ ଅଧୀନରେ, ହନିତ କୁମାର ଜିଲ୍ଲା ଯୁବ ଅଧିକାରୀଙ୍କ ଦ୍ୱାରା ରେ ମହିଳା ମହାବିଦ୍ୟାଳୟ ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁନା ତୁରୁକ୍ ଜିଲ୍ଲା କ୍ରୀଡ଼ା ଅଧିକାରୀ ଯୋଗ ଦେଇଥିଲେ ଦୁଷ୍ମନ୍ତ ଜେନା ମହିଳା ମହାବିଦ୍ୟାଳୟ ଅଧକ୍ଷ,ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ବାଣିଜ୍ୟ ବିଭାଗ ମୁଖ୍ୟ, କିଶୋର କୁମାର ଅଧ୍ୟାପକ ଉତମ ମଲ୍ଲିକ ଶିକ୍ଷାନୁଷ୍ଠାନଙ୍କ ଦ୍ୱାରା ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନଶୈଳୀ ଗ୍ରହଣ କରିବା, ନିଶା ପଦାର୍ଥ ଅପବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ, ଦାୟିତ୍ୱପୂର୍ଣ୍ଣ ଏବଂ ବିକଶିତ ଭାରତ ଗଠନରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକ ସଙ୍ଗୀତ, ନୃତ୍ୟ, ଷ୍ଟ୍ରିଟ୍ ପ୍ଲେ (ନୁକ୍କଡ୍ ନାଟକ), ଚିତ୍ରକଳା, ବିତର୍କ ଏବଂ ସ୍ଲାମ୍ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେତେବେଳେ ମାଇ ଭାରତ ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ ମାଧ୍ୟମରେ ସ୍ଲୋଗାନ୍ ଲେଖା ଏବଂ କ୍ଷୁଦ୍ର ଚଳଚ୍ଚିତ୍ର/ରିଲ୍ ମେକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଭଳି ପ୍ରୟାସ ଯୁବପିଢ଼ିଙ୍କୁ ସେମାନଙ୍କର ସୃଜନଶୀଳତା ପ୍ରକାଶ କରିବା, ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ସଚେତନତା ପ୍ରସାର କରିବା ଏବଂ ଏକ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବଶକ୍ତିର ଦୃଷ୍ଟିକୋଣରେ ଯୋଗଦାନ ଦେବା ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande