ପାଣି ନିଷ୍କାସନ ସମୟରେ ବିଜୁଳି କରେଂଟ ଲାଗି ଚାଲିଗଲା ଅଗ୍ନୀଶମ ବାହିନୀର କର୍ମଚାରୀଙ୍କ ଜୀବନ
କେନ୍ଦୁଝର, ୨୯ ଜୁଲାଇ(ହି.ସ.) – କେନ୍ଦୁଝରରେ ଦୁଇଦିନ ଧରି ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁଆଡ଼େ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ଼ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିସ୍କାସ
Fire man


କେନ୍ଦୁଝର, ୨୯ ଜୁଲାଇ(ହି.ସ.) – କେନ୍ଦୁଝରରେ ଦୁଇଦିନ ଧରି ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁଆଡ଼େ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ଼ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିସ୍କାସନ କରିବାର ଲାଗି ଥିଲେ। ଆଜି ସକାଳେ ପାଳି ଥିଲା ଟାଉନ ଥାନା ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏବଂ ପାଖରେ ଥିବା ବିଭିନ୍ନ ଘର ଭିତରୁ ଥିବା ଜଳ ନିସ୍କାସନ କରିବାର। ସକାଳୁ ସଦଳବଳେ ପହଂଚି ଥିଲା ଅଗ୍ନୀଶମ ବାହିନୀର ଦୁଇଟି ଟିମ୍। ଗୋଟିଏ ଟିମ୍ ପୋଲିସ କ୍ଲବ୍ରେ ଜଳ ନିସ୍କାସନ କରୁଥିବାବେଳେ ଅନ୍ୟ ଟିମ୍ଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ସେହି ଟିମ୍ରେ ସାମିଲ୍ ଥିଲେ ଚନ୍ଦନ ପଟ୍ଟନାୟକ। ଆଣ୍ଠୁଏ ପାଣିରେ ପଶି ଘର ଭିତରେ ପାଇପ୍ ପକାଇବା ସହ ଜଳ ନିସ୍କାସନ କାର୍ଯ୍ୟ ଆରମ୍ଭ କରିଥଲେ। ଘର ମାଲିକର ଲୁଗା ଶୁଖାଇବା ପାଇଁ ଏକ ଜିଆଇ ତାର ଘର ଅଗଣାରୁ ଅନ୍ୟ ଅଗଣାକୁ ବନ୍ଧା ହୋଇଥଲା। ଦୁର୍ଭାଗ୍ୟ ବଶତଃ କୌଣସି କାରଣରୁ ସେହି ତାରଟିରେ ବିଜୁଳି କରେଂଟ ସଂଯୋଗ ହୋଇଯାଇଥିଲା। ସେହି ସମୟରେ ଚନ୍ଦନ ପଟ୍ଟନାୟକଙ୍କ ହାତ ପାଣି ଭିତରେ ଥିବା ସମୟରେ ଭୁଲ୍ ବଶତଃ ପଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ କରେଂଟ ଖାଇ ସେ ତଳେ ପଡ଼ି ଯାଇଥିଲେ। ଅନ୍ୟ ସହକର୍ମୀମାନେ କରେଂଟ ଲାଗିଥିବା ଜାଣିପାରି ସଙ୍ଗେ ସଙ୍ଗେ ଅନ୍ୟ ଏକ ପ୍ଲାଷ୍ଟିକ ପାଇପ୍ ଯୋଗେ ତାରଟିକୁ ଟାଣି ଛିଣ୍ଡାଇ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠି ପହଂଚିଲା ବେଳକୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande