ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ
ଗଂଜାମ, 29 ଜୁଲାଇ (ହି.ସ.) ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍
ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ


ଗଂଜାମ, 29 ଜୁଲାଇ (ହି.ସ.) ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।

ସିବାରାମ ବିଶ୍ୱାଳଙ୍କ ଘରୁ 3.86 ଲକ୍ଷ ନଗଦ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ଚୋରାଚାଲାଣରେ ସକ୍ରିୟ ଭୂମିକା ନେଉଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଅଧିକ ତଦନ୍ତ ପାଇଁ ପୁଲିସ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି । ଏସଟିଏଫ ପକ୍ଷରୁ ଅଭିଯୁକ୍ତମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାରର ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande