
କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁବୃର୍ତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଆଳି ଡାକ ବଙ୍ଗଳା ପଛପଟରେ ଥିବା ଆଳି ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବତ ଅଫିସରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। କାଲି ମଧ୍ୟରାତ୍ରିରୁ ବିଏସ୍ଏନ୍ଏଲ୍ ସରବରାହ ବନ୍ଦ ରହିଛି ଯାହା ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଚୋରୀ ହୋଇଥିବାବେଳେ ଏ ନେଇ ଦୁଇ ଦୁଇ ଥର ଆଳି ଥାନାରେ ଏତଲା ହୋଇଥିବାବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦ୍ୱାରା ପୁଣି ଥରେ ଚୋରୀ ହୋଇଥିବା ନେଇ ବିଏସ୍ଏନ୍ଏଲ୍ ଟେଲିଫୋନ ଏକ୍ସଚେଞ୍ଜ ଅଧିକାରୀ ଦିଲ୍ଲୀପ କୁମାର ଶାନ୍ତି ପତିକ୍ରିୟାରେ କହିଛନ୍ତି। ପୋଲିସ ଏ ଘଟଣାକୁ ଗୁରୁତ୍ୱର ନନେବା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି