କଦମପଡା ଶିଶୁମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ବଲାଙ୍ଗିର 9 ଜୁଲାଇ (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ’ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ଶିକ୍ଷା ବିକାଶ ସମିତି,
କଦମପଡା ଶିଶୁମନ୍ଦିରରେ “ଶ୍ରୀ ଗୁରୁପୂର୍ଣ୍ଣିମାଉତ୍ସବ” ପାଳିତ ।


କଦମପଡା ଶିଶୁମନ୍ଦିରରେ “ଶ୍ରୀ ଗୁରୁପୂର୍ଣ୍ଣିମାଉତ୍ସବ” ପାଳିତ ।


ବଲାଙ୍ଗିର 9 ଜୁଲାଇ (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ’ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ଶିକ୍ଷା ବିକାଶ ସମିତି,ଓଡିଶାର ଦକ୍ଷିଣ-ପଶ୍ଚିମ ପ୍ରାନ୍ତର କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା ଯୋଗ ଦେଇଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ଼୍ୟ ଜ୍ଞାପନ କରିଥିଲେ । ସଂଯୋଜନା ଛାତ୍ରୀ ଇପସିତା ଅପରାଜିତା ସାହୁ, ପ୍ରଗତି ଦାଶ କରିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ତରଣୀସେନ ପଟେଲ ଉତ୍ତରୀୟ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶିଶୁବକ୍ତା ରୂପେ ସ୍ବିକୃତି ରାଣି କର୍ମୀ, ଶ୍ରୀୟାଶଂ ସାହୁ, ସୋମନାଥ ପାଣିଗ୍ରାହୀ, ବିଶାଖା ମେହେର,ଶ୍ରୀୟାଶିଂ ସାଏ ଓ ଇଚ୍ଛାମୟ ମିଶ୍ର ନିଜ ନିଜ ବକ୍ତବ୍ୟ ଦେଇଥିଲେ । ଗୁରୁମା ନମିତା ତ୍ରିପାଠୀ ମଧ୍ୟ ନିଜ ବିଚାର ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ମହୋଦୟ ନିଜ ବକ୍ତବ୍ୟ ଦେଇ କହିଥିଲେ ଯେ ବିଦ୍ୟା ତାହା ଯାହା ମଣିଷକୁ ମୁକ୍ତ କରିଦିଏ ।ଏହାପରେ ସଭାପତି ଡ. ଭବାନୀ ଶଙ୍କର ପଟେଲ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ଶେଷରେ ସଂପାଦକ ମହୋଦୟ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହାପରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଗୈରିକ ଧ୍ବଜର ପୂଜନ କରା ଯାଇଥିଲା । ସାଂସ୍ଖୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଅମିଷା ସାହୁ ଓଡିଶୀ ନୃତ୍ୟ, ବ୍ୟକ୍ତିଗତ ଗୀତରେ ଇପସା ମିଶ୍ର, ସମ୍ବଲପୁରୀ ନୃତ୍ୟରେ ମୋନିକା ମିଶ୍ର ନିଜ ନିଜ କଳାକୃତି ପ୍ରଦର୍ଶନ କରିଥିଲେ । ଏହିପରି ଗୁରୁମା ନିରୁପମା ପାଣିଗ୍ରାହୀଙ୍କ ସଞ୍ଚାଳନରେ ସଫଳତା ସହ ଶେଷ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande