ଜୁଆଆଡ୍ଡାରୁ ଜଣେ ମହିଳାଙ୍କ ସମେତ ତିନି ଗିରଫ
ଗଂଜାମ, 29 ଜୁଲାଇ (ହି.ସ.) ଗଂଜାମ ଜିଲାର ରେଗିଡି ଛକରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଗତ ରାତିରେ ବେଲଗାଁ ଓ ହିଞିଳି ପୁଲିସ ଜୁଆଆଡ୍ଡା ଉପରେ ମିଳିତ ଚଢାଉ କରି ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ 27620 ନଗଦ ଟଙ୍କା, ତିନୋଟି ମୋବାଇଲ ଓ ଛଅଟି ବାଇକ୍ ଜବତ କରି
ଜୁଆଆଡ୍ଡାରୁ ଜଣେ ମହିଳାଙ୍କ ସମେତ ତିନି ଗିରଫ


ଗଂଜାମ, 29 ଜୁଲାଇ (ହି.ସ.) ଗଂଜାମ ଜିଲାର ରେଗିଡି ଛକରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଗତ ରାତିରେ ବେଲଗାଁ ଓ ହିଞିଳି ପୁଲିସ ଜୁଆଆଡ୍ଡା ଉପରେ ମିଳିତ ଚଢାଉ କରି ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ 27620 ନଗଦ ଟଙ୍କା, ତିନୋଟି ମୋବାଇଲ ଓ ଛଅଟି ବାଇକ୍ ଜବତ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ମାନେ ହେଲେ ରାମଚନ୍ଦ୍ର ଦଳାଇ, ମନୋଜ ଦଳାଇ ଓ ଅନୁସୂୟା ନାଏକ। ଏ ସଂପର୍କରେ ବେଲଗାଁ ଥାନାରେ112/26ରେ ଏକ ମାମଲା ରୁଜୁ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande