
କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – ଆଳି ବୈତରଣୀ ଓ ଖରସୋତ୍ରା ଆସୁଛି ବଡ଼ ବନ୍ୟା ସତର୍କ କଲା ଜିଲ୍ଲା ପ୍ରଶାସନ ରାଜକନିକା ବ୍ଳକ ପ୍ରଶାସନ ପକ୍ଷରୁ ଲଗାଣ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜକନିକା ବ୍ଲକର ଖରସ୍ରୋତା ଓ ବୈତରଣୀ ନଦୀ ଅବବାହିକା ଅଂଚଳର ଜନଗଣଙ୍କୁ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର କରି ତୁରନ୍ତ ବାତ୍ୟା ଆଶ୍ରୟସ୍ଥଳ ବା ଉଚ୍ଚ ଜାଗାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଏ ବାବଦରେ ସନ୍ଧ୍ୟାରେ ଡାକବାଜି ଯୋଗେ ପ୍ରଚାର କରି ତଳିଆ ଅଂଚଳର ଜନଗଣଙ୍କୁ ନିଜ ସହ ଗାଈଗୋରୁଙ୍କୁ ଉଚ୍ଚ ଜାଗାକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ପ୍ରଶାସନର ଏଭଳି ପ୍ରଚାର ପରେ ସାଧାରଣରେ ବନ୍ୟା ସ୍ଥିତିକୁ ନେଇ ଆତଙ୍କ ଖେଳିଯାଇ ଥିବାବେଳେ ଆଜି ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଆଳି ବ୍ଳକ୍ ଠାରେ ଏକ ଜରୁରୀ କାଳୀନ ବୈଠକ ଡାକି ବନ୍ୟାରେ କ୍ଷତିଗ୍ରସ୍ଥ ହେବାକୁ ଥିବା ତଳିଆ ଅଂଚଳ ବୁଲି ଦେଖିଥିଲେ। ସମସ୍ତ ଟିମ୍ ସଜାଗ ଥିବା ସେ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି