ମାର୍ଥାପୂର୍ ଯମୁନାକୋଟ ରାସ୍ତାରେ ବନ୍ୟାଜଳ
ଭୁବନ , ୨୯ ଜୁଲାଇ (ହି.ସ.) - ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର - ଯମୁନାକୋଟ ପୂର୍ତ ବିଭାଗ ରାସ୍ତା ଉପରେ ପାଂଚ ଫୁଟ୍ ପାଣି ପ୍ରବାହିତ ହେଉଛି । ଆଜି ବୁଧବାର ସକାଳ ସମୟରୁ ଯାତାୟତ ବନ୍ଦ
ବୁଦ୍ଧେଶ୍ୱର


ମର୍ଥପୁର


ଭୁବନ , ୨୯ ଜୁଲାଇ (ହି.ସ.) - ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର - ଯମୁନାକୋଟ ପୂର୍ତ ବିଭାଗ ରାସ୍ତା ଉପରେ ପାଂଚ ଫୁଟ୍ ପାଣି ପ୍ରବାହିତ ହେଉଛି । ଆଜି ବୁଧବାର ସକାଳ ସମୟରୁ ଯାତାୟତ ବନ୍ଦ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମେଗା କମ୍ପାନୀର ଏକ ଜେସିବି କାମ କରିବା ପାଇଁ ଯମୁନାକୋଟ ଯାଉଥିବା ବେଳେ ଅଳ୍ପ କିଛି ବାଟ ଗଲା ପରେ ଜେସିବିକୁ ପଲଟେଇ ଦେଇଥିଲା । ଡ୍ରାଇଭର଼୍ ଚତୁରତାର ସହ ଉପରକୁ ଚଢି ଯାଇ ସୁରକ୍ଷିତ ଭାବେ ବସି ରହିଥିଲେ ଓ ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହୀନି ପହଂଚି ଡ୍ରାଇଭରକୁ ସୁରକ୍ଷିତ ସହ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନିର ସୁଶାନ୍ତ କୁମାର ରାଉତ, ରାଜ କିଶୋର ମହାନ୍ତି, ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ ଓ ସ୍ଥାନୀୟ ଲୋକଙ୍କ ସହଯୋଗ କରିଥିଲେ । ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ପେଣ୍ଠ ସାହିରୁ ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭକ୍ତମାନେ ମନ୍ଦିରକୁ ଯାଇପାରୁ ନାହାନ୍ତି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande