ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ ଜବତ, ଜଣେ ଗିରଫ
ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ ଜବତ, ଜଣେ ଗିରଫ
ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ ଜବତ, ଜଣେ ଗିରଫ


ସମ୍ବଲପୁର,୨୯ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପୋଲିସ ଚାଉଲଡିପୁ ୟୁ.ପି. ସ୍କୁଲ ଛକ ନିକଟରେ ଚଢ଼ାଉ କରି ନକଲି କଫ୍ ସିରପ ଓ ଓଏସ୍ ମଦ କାରବାର ଅଭିଯୋଗରେ ୧୬୫/୨୬ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରବି ମହାନନ୍ଦ ନିକଟରୁ ୩୨ ବୋତଲ ସିଲ୍ ପ୍ୟାକ୍ ୱିନସେରେକ୍ସ କଫ୍ ସିରପ, ୩ଟି ଖୋଲା ବୋତଲ, ନିଷ୍ଟ୍ରୋସମ୍ ଟାବଲେଟ୍ର ୨ଟି ଷ୍ଟ୍ରିପ୍, ପ୍ରାୟ ୭୫୦ ମି.ଲି. ଭେଜାଲ କଫ୍ ସିରପ, ୧୫ ପାଉଚ୍ ଓଏସ୍ ମଦ, ଏକ ରୟାଲ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି। ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ଅଦାଲତକୁ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande