
ସୁବର୍ଣପୁର, 29 ଜୁଲାଇ (ହି.ସ.)ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଏବଂ ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର, ନୂଆଁ ଦିଲ୍ଲୀ ସହଯୋଗରେ ଆଜି ପବିତ୍ର ଗୁରୁ ପୂର୍ଣ୍ଣମା ଉତ୍ସଵ ଅନୁଷ୍ଠିତ ହୋଇଥିଲା l ସାରସ୍ୱତ ଗୁରୁ ଶିଷ୍ୟ ପରମ୍ପରା ସହିତ ଲୋକନୃତ୍ୟ କରସମାନୀ ପ୍ରର୍ଦଶନ କରା ଯାଇଥିଲା l ଅନୁଷ୍ଠାନ ର ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରବଙ୍କ ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଷା ଭାବରେ ଆପଣେଇ ନେଇଥିବା ପ୍ରବୀଣ ବର୍ଷିଆନ ଗୁରୁ ଏବଂ ଶିଷ୍ୟ ମାନଙ୍କୁ ଅନୁଷ୍ଠାନ ତରଫରୁ ଗୁୁରୁଶ୍ରୀ ଓ ଶିଷ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଲୁଣ୍ଡା ବ୍ଲକର ଶ୍ରୀପୁରା ଗ୍ରାମର ଗୁରୁ ନେପାଲ ଭୋଇ, ଡୁଂଗୁରିପାଲି ବ୍ଲକର ବେହେରାମାଲ ଗ୍ରାମର ତାଲସମ୍ପ୍ରଦା କଳାକାର ଗୁରୁ ଅକୃର୍ ପଧାନ, ସମଲେଇଚୁଆଁର ମଂଚ ଅଭିନେତା ଗୁରୁ ଯୁଗଲାଲ ପଧାନ, ଗିଧମାଲ ର କରମସାନୀ କଳାକାର ଗୁରୁ ଚଉବନ ଭୋଇ, ସୋନପୁର ଘୋଡାଘାଟପରା କଳାକାର ଗୁରୁ ସଦାମ ନାଏକ ଓ ବିନିକା ବ୍ଲକର କରମସାନୀ ବାଦ୍ୟ ଶିଳ୍ପୀ ଗୁରୁ ଘନଶ୍ୟାମ ଭୁଏ “ତସ୍ମୈଶ୍ରୀ ସମ୍ମାନ-୨୦୨୬” ରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଓ ଫୁଲତୋଡା ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରୀ ଦାଶରଥି ମହାନନ୍ଦିଆ, ଶ୍ରୀ ସନ ବଘାର ଓ ଶ୍ରୀ ବୁଲୁ ବାଘ ପ୍ରମୁଖଙ୍କୁ “ଶିଷ୍ୟଶ୍ରୀ ସମ୍ମାନ-୨୦୨୬” ମଧ୍ୟ ସମ୍ମାନିତ କରାଯାଇଥିଲା । ପ୍ରଥମେ କଳାକାର ଗୁରୁ ଗୋକୁଳ ମାଝି ଓ ମହାଦେବ ବେହେରା ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ଅଭିମନ୍ୟୁ କୁଶଳ ଓ ଶ୍ରୀମତୀ ମମତା ଦାସ, ସୋନପୁର ସମ୍ମାନୀତ ଅତିଥି ଓ ଐତିହାସିକ, ଲେଖକ ଗୁରୁ ସୁଦାମ ନାଏକ ଆଲୋକଚ ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପପରା ର ନିର୍ଦଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ପୁରୀ ଶ୍ରୀମନ୍ଦିରର ନିଳଚକ୍ର କୁ କପଡାରେ ଡିଜାଇନ କରି ସାଉତ ଚାଇନାରେ ଶ୍ରେଷ୍ଠ ଡାଜାଇନର ପୁରଷ୍କାର ପାଇଥିବା ଶ୍ରୀମତୀ ମମତା ଦାସଙ୍କୁ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲୋକନୃତ୍ୟ ଓ ଲୋକଗୀତ କରମସାନୀ ପରିବେଷଣ ହୋଇଥିଲା । ଅନୁଷ୍ଠାନର ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ଅତିଥି ପରିଚୟ ପ୍ରଧାନ କରିଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ସହ ସଂପାଦକ ଶ୍ରୀ ପୃଥିରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଗୋପାଳ ମେହେର, ସନ୍ତୋଷ ମିଶ୍ର, ସୌମ୍ୟ ରଂଜନ ସେଠୀ, ଅମିତ ସାହୁ ଶଙ୍କର ମେହେର, ଶ୍ରୀମତୀ ସସ୍ମତା ରାଣୀ ଦୀପ ଓ ସୁଶାନ୍ତ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଲେ । କଳାକାର ଗୁରୁ ସଦାନନ୍ଦ ମାଝି, ଗୁରୁ ଗୋକୁଳ ମାଝି, ଗୁରୁ ନିରାକାର ଦେହୁରୀ, ଗୁରୁ ରମେଶ ପଧାନ, ଗୁରୁ ବୌରାଗୀ ବାଘ, ଗୁରୁ ଶ୍ୟାମ ସୁନ୍ଦର ସୁନା, ସିଲନ ଭୋଇ, ଗୁରୁ ମାନଭଂଜନ ଭୋଇ, ଜୟଶ୍ୱର କୁମ୍ଭାର, ଗଜନ୍ଦ୍ରିର ରାଣଭଂସିଆ, କୁମାର ମହାନନ୍ଦ, ସିଧେଶ୍ୱର ରାଜହଂସ, ଚନ୍ଦ୍ରଶେଖର କର୍ମି, କରୁଣା ବଗତି, ପରିକ୍ଷିତ ବଗର୍ତି, କୃତିବାସ ବଗର୍ତି, ଭଜନ କମ୍ଭାର, ନାରାୟଣ କୁମ୍ଭାର, ରାଘବ ସୁନା, ଶ୍ରୀଧର ପେରା ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ