ଗଡର ଇଷ୍ଟଦେବୀ ମା ପାଟଣେଶ୍ୱରୀ ଜଳବନ୍ଦୀରେ ଦେବୋତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି, ନୂତନ ଭାବେ ନିର୍ମାଣ ହେବ ମାଙ୍କ ପରଭା
ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ବଲାଙ୍ଗୀରର ୪୮ ପାଟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କର ମନ୍ଦିର ବର୍ଷା ପାଣିରେ ଉବୁଡୁବୁ। ମୁଖ୍ୟ ଗମ୍ଭିରା ଘର ଗମ୍ଭୁଜ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଫାଟ ସୃଷ୍ଟି ହୋଇଥିବାରୁ ପ୍ରଶାସନ ଓ ବିଭିନ୍ନ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ମଧ୍ୟ କିଛି କାର୍ଯ୍ୟ
ଗଡର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଜଳବନ୍ଦୀରେ ଦେବୋତ୍ତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି, ନୂତନ ଭାବେ ନିର୍ମାଣ ହେବ ମାଁ ଙ୍କ ପରଭା


ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ବଲାଙ୍ଗୀରର ୪୮ ପାଟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କର ମନ୍ଦିର ବର୍ଷା ପାଣିରେ ଉବୁଡୁବୁ। ମୁଖ୍ୟ ଗମ୍ଭିରା ଘର ଗମ୍ଭୁଜ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଫାଟ ସୃଷ୍ଟି ହୋଇଥିବାରୁ ପ୍ରଶାସନ ଓ ବିଭିନ୍ନ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନାହିଁ। ୨୦୨୩ରେ ମନ୍ଦିର ପରିକ୍ରମା ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା କାର୍ଯ୍ୟକାରୀ ହୋଇଥିବାବେଳେ ମନ୍ଦିରର ଗମ୍ଭିରା ଘର ବାଦ ପଡ଼ିଥିଲା। ମୁଖ୍ୟତଃ ଗମ୍ଭିରା ଘର ଗମ୍ଭୁଜ ଫାଟ ସୃଷ୍ଟି ହେବାରୁ ବର୍ଷା ପାଣି ପ୍ରବେଶ କରୁଛି। ଆଜି ଦେବୀଙ୍କ ପ୍ରତିମୂର୍ତିରେ ପ୍ରବଳ ବର୍ଷାରେ ମା’ଙ୍କ ପ୍ରତିମୂର୍ତି ବର୍ଷା ପାଣିରେ ବୁଡ଼ିରହିଛି। କିଛିଦିନ ପୂର୍ବରୁ ପାଣି ନିଷ୍କାସନ ରାସ୍ତା ନଥିବାରୁ ମା’ଙ୍କ ପରଭା ମଧ୍ୟ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି। ଏ ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାରେ ଉପଜିଲ୍ଲପାଳ ଆଲୋକ କୁମାର ପଟେଲ, ଦେବୋତର ମ୍ୟାନେଜର ସୁଧିର କୁମାର ଦାଶ, କାହ୍ନା ଶତପଥି, ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର ଓ ପୂଜକ ମହେନ୍ଦ୍ର ଦିସ୍ରୀ ଏ ବିଷୟରେ ଆଲୋଚନା କରିଥିଲେ। ବିଭାଗରୁ ସୂଚନା ପ୍ରଦାନ କରିଥିଲେ ଦଶହରା ପୂର୍ବରୁ ମା’ଙ୍କ ନୂତନ ପରଭା ନିର୍ମାଣ ହେବ ଓ ବିଭିନ୍ନ ମରାମତି ଓ ଗମ୍ଭିର ଘରର ତଦାରଖ କରାଯିବ ଏବଂ ରତ୍ନତତ୍ୱ ବିଭାଗକୁ ଚିଠି ପ୍ରଦାନ କିରାଯାଇଛିା

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande