ଗୁରୁ ପୂର୍ଣ୍ଣିମାରେ ପରିବେଶ ବୀମା ପାଇଁ ଶପଥ ପାଠ
କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – ଜୀବନର ଚଲାପଥରେ ଗୁରୁଙ୍କ ସ୍ଥାନ ସତନ୍ତ ଥାଏ। ଜୀବନର ଚଲାପଥକୁ କୁସୁମିତ କରିବାକୁ ଗୁରୁଙ୍କ ପାଇଁ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କ୍ଷ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ
ଗୁରୁ ପୂର୍ଣ୍ଣିମା ରେ \ପରିବେଶ ବୀମା\ ପାଇଁ ଶପଥ ପାଠ କ୍ଷ


କେନ୍ଦ୍ରାପଡ଼ା, ୨୯ ଜୁଲାଇ(ହି.ସ.) – ଜୀବନର ଚଲାପଥରେ ଗୁରୁଙ୍କ ସ୍ଥାନ ସତନ୍ତ ଥାଏ। ଜୀବନର ଚଲାପଥକୁ କୁସୁମିତ କରିବାକୁ ଗୁରୁଙ୍କ ପାଇଁ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କ୍ଷ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ଧାମ ପୁରୀରେ ଗୁରୁଙ୍କ ଉଦେଶ୍ୟ ରେ ପରିବେଶ ବୀମା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତୁଳସୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ରକୁ ପରିବେଶ ବୀମାର ଅଭିଯାନ ଅଗ୍ରସର ହେଉଛି ବୋଲି ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର କହିଛନ୍ତି। ଆଜି ଭକ୍ତଙ୍କ ଉଦେଶ୍ୟ ରେ ତୁଳସୀ ଚାରା ବଂଟନ କରାଯଇଥିଲା। ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନେ ମା ତୁଳସୀଙ୍କୁ ସମ୍ମାନ କରି ଚାରା ନେଇଥିଲେ ଓ ବାର୍ତା ରଖିଥିଲେ କି ସେ ମଧ୍ୟ ଗଛ ଟିଏ ଲଗାଇବେ। ଆଜି ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ପାଇଁ ପରିବେଶ ବୀମା ହୃଦୟ ସ୍ପର୍ଶୀ ଓ ଭାବନାପୂର୍ଣ୍ଣ ଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସାମାଜିକ କର୍ମୀ ସୁବାଶିଷ ଷଢଙ୍ଗୀ, ଚନ୍ଦନ ପୂଜାରୀ, ଆଶିଷ ରଥ ଓ ଅକ୍ଷୟ ବଳ ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande