ଭୁବନ ମହିଳା ମହାବିଦ୍ୟାଳୟରେ ଶକ୍ତି ଶ୍ରୀ କର୍ମଶାଳା ଅନୁଷ୍ଠିତ
ଭୁବନ, 29 ଜୁଲାଇ (ହି.ସ.) ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀମତୀ ରେଣୁବାଳା ସାହୁ ମୁଖ୍ୟ ଅତିଥି
ଶକ୍ତି ଶ୍ରୀ କର୍ମଶାଳା


ଆଇ ଆଇ ସି


ଭୁବନ, 29 ଜୁଲାଇ (ହି.ସ.) ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀମତୀ ରେଣୁବାଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କଠିନ ପରିଶ୍ରମ ଦୃଢ଼ ଆତ୍ମବିଶ୍ୱାସ ଆବଶ୍ୟକ । ସାମ୍ପ୍ରତିକ ପରିସ୍ଥିତିରେ ଆଇନର ସଦୁପଯୋଗ କରି ନିଜକୁ ସଶକ୍ତ କରିବାକୁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡଃ ମମତା ପାତ୍ର ଲିଙ୍ଗଗତ ପ୍ରଭେଦକୁ ନିଜ ମନରୁ ଦୂରେଇ ପାରିଲେ ନାରୀଟିଏ ସଶକ୍ତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ସଂଯୋଜିକା ପ୍ରମିଳା କୁମାରୀ ଦାସ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଶକ୍ତିଶ୍ରୀ ଆପ ର ବ୍ୟବହାର ,ଶକ୍ତିଶ୍ରୀ ର ମହାବିଦ୍ୟାଳୟ ସ୍ତରରେ ବାର୍ଷିକ ଯୋଜନା ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସହ ସଂଯୋଜିକା ସୁଶ୍ରୀ ସମ୍ବେଦିତା ସ୍ୱାଇଁ , ଅଧ୍ୟାପକ ସଙ୍ଗୀତ ନନ୍ଦ,ଶୁଭମ୍ ବେହେରା,ପ୍ରଶାନ୍ତ ରାଉତ ରାୟ,ଅଧ୍ୟାପିକା ସ୍ମୃତିରେଖା ସାହୁ ନିଜର ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ। ଶେଷରେ ଅଧ୍ୟାପକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande