ଶୀତଳଭଣ୍ଡାର ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ
ନୂଆପଡ଼ା, ୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଶୀତଳଭଣ୍ଡାର ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହନ ଦେବା ଦିଗରେ ଜିଲ୍ଲାସ୍ତରୀୟ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଶୀତଳଭଣ୍ଡାର ପାଇ
Shital bhandar prakalpa


ନୂଆପଡ଼ା, ୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଶୀତଳଭଣ୍ଡାର ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହନ ଦେବା ଦିଗରେ ଜିଲ୍ଲାସ୍ତରୀୟ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଶୀତଳଭଣ୍ଡାର ପାଇଁ ଆର୍ôଥକ ସହାୟତା ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଖଡ଼ିଆଳ ରୋଡ୍ ଏନ୍ଏସିର ୱାର୍ଡ ନଂ-୮ରେ ହର୍ଷିତ ସାଙ୍କଲେଚାଙ୍କ ପ୍ରସ୍ତାବିତ ୫,୪୧୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରକଳ୍ପର ଦଲିଲପତ୍ର, ଜମି ରେକର୍ଡ, ସମ୍ଭାବ୍ୟତା ରିପୋର୍ଟ ଓ ଜିଓ-ଟ୍ୟାଗ୍ ଫଟୋଗ୍ରାଫ୍ ଆଦି ଯାଂଚ କରାଯାଇଥିଲା। କମିଟି ପକ୍ଷରୁ ପ୍ରକଳ୍ପଟି ପାଇଁ ଏକ୍ଟ-ଇଷରବୟ ଲେଟର୍ ଜାରିକୁ ଅନୁମୋଦନ କରାଯାଇଛି।

ଉକ୍ତ ପ୍ରକଳ୍ପର ମୋଟ ସ୍ଥାୟୀ ଖର୍ଚ୍ଚ ୧୫ କୋଟି ୧୩ ଲକ୍ଷ ୫୮ ହଜାର ୯୦୦ ଟଙ୍କା ଏବଂ ମୋଟ ପ୍ରକଳ୍ପ ଖର୍ଚ୍ଚ ୨୨ କୋଟି ୮୧ ଲକ୍ଷ ୫୭ ହଜାର ୫୦୦ ଟଙ୍କା ରହିଛି। ପ୍ରକଳ୍ପଟି ବ୍ୟାଙ୍କ ଅର୍ଥାୟନ ମାଧ୍ୟମରେ କାର୍ଯ୍ୟକାରୀ ହେବ।

ବୈଠକରେ ଜିଲ୍ଲାରେ ଏଭଳି ଅଧିକ ଶୀତଳଭଣ୍ଡାର ପ୍ରକଳ୍ପ ପ୍ରସ୍ତାବ ଆଣିବା ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନୁମୋଦିତ ପ୍ରକଳ୍ପ ପାଇଁ ବ୍ୟାଙ୍କ ଋଣ ମଞ୍ଜୁର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏକ୍ଟ-ଇଷରବୟ ଲେଟର୍ ଜାରି ହେବାର ତିନି ମାସ ମଧ୍ୟରେ ବ୍ୟାଙ୍କ ସାଂକସନ୍ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜଙ୍ର୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଶୀତଳଭଣ୍ଡାର ପ୍ରକଳ୍ପ ଜିଲ୍ଲାର ଉଦ୍ୟାନ କୃଷି ଉତ୍ପାଦର ସଂରକ୍ଷଣ ଓ ବଜାର ସଂଯୋଗକୁ ସୁଦୃଢ଼ କରିବା ସହ କୃଷକମାନଙ୍କ ପାଇଁ ଉତ୍ପାଦର ଉଚିତ ମୂଲ୍ୟ ପାଇବାର ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଖେନ୍ଦୁ ରାୟ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦାହ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ, ସହକାରୀ ଯନ୍ତ୍ରୀ ତଥା ଏପିକଲ୍ ଡିଏମ୍ ନିଶିକାନ୍ତ ପଟ୍ଟନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

-------------

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande