
ନୂଆପଡ଼ା,୨୯ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନାନ୍ତରିତ ବିଦାୟ ସମ୍ବର୍ଦ୍ଧନା ପର୍ଵ ସମ୍ପାଦିତ ହୋଇଛି । ଅଧ୍ୟାପକ ଚିତ୍ତ ରଞ୍ଜନ ଜେନାଙ୍କର ଏକାମ୍ର ମହାବିଦ୍ୟାଳୟ ଭୁବନେଶ୍ୱର, ଅଧ୍ୟାପକ ଡ଼ ସୁରଞ୍ଜନ ପ୍ରଧାନଙ୍କର ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧା, ଅଧ୍ୟାପିକା କାଜଲ ମେହେରଙ୍କର ଜବାହର ମହାବିଦ୍ୟାଳୟ, ପଟଣାଗଡ ଏବଂ ଅଧ୍ୟାପକ ମୌସମ ପ୍ରଧାନଙ୍କର ଲୋଇସିଂହା ମହାବିଦ୍ୟାଳୟ, ବଲାଙ୍ଗୀର ବଦଳି ହୋଇଯାଇଛି । ଖଡ଼ିଆଳ ମହାବିଦ୍ୟାଳୟ ପାଇଁ ସେମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ନିମନ୍ତେ ପରୀକ୍ଷା ନିୟନ୍ତ୍ରକ ରଣବୀର ସିଂହ, ମହାବିଦ୍ୟାଳୟ ପ୍ରଶାସନିକ ସହଯୋଗୀ ସୁନିଲ କୁମାର ପାଢୀ, ଗୀତାଶ୍ରୀ ପ୍ରିୟମ୍ବଦା, ରାଜ କୁମାର ରତେଙ୍କ ସମେତ ଅଧ୍ୟାପିକା ରାଜଲଷ୍ମୀ ରଥ, ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ସାଗରିକା ପଣ୍ଡା, ଶିଲା ତ୍ରିବେଦୀ, ରାଜେଶ୍ୱରୀ କରୁଁଆ, ସରୋଜ କୁମାର ପଣ୍ଡା, ବିଷ୍ଣୁ ଦେବ ସିଂ ମଲ୍ଲିକ, ଡ଼ ମହମ୍ମଦ ୟାମିନଙ୍କ ସହ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ବିଦାୟୀ ଅଧ୍ୟାପକ ଅଧ୍ୟାପିକାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ