
କୋରାଇ, ୨୯ ଜୁଲାଇ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର ସରସଦା ଗ୍ରାମର ଜୈନିକ ଚାଷୀ ଚାଷ ଜମିକୁ ଯାଇଥିବାବେଳେ ପାଣିରେ ବୁଡ଼ି ଆକସ୍ମିକ ମୃତ୍ୟୁ ଘଟିଛି। ଏନେଇ ଏକ ଅପମୃତ୍ୟୁ ମାମଲା ୧୮/୨୬ରୁଜ୍ଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଯେ ସରସଦା ଗ୍ରାମର ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ପୁଅ ଗୋପାଳ ଚନ୍ଦ୍ର ସାହୁ(୬୮) ଆଜି ସକାଳୁ ବିଲକୁ ଯାଇଥିଲେ। ଘରକୁ ନଫେରିବାରୁ ଘରଲୋକ ଖୋଜିଲା ବେଳକୁ ଚାଷ ଜମି ପାଣିରେ ଗୋପାଳ ବୁଡ଼ି ରହିଛି। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲାବେଳେ ଡାକ୍ତର ତାର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଥାନାରେ ଜଣାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହେବାସହ ତଦନ୍ତାଧିକାରୀ ଏଏସଆଇ ସୋମନାଥ ରାଉତ ଚିକିତ୍ସାଳୟରେ ପହଂଚି ପଂଚନାମା କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି।
.......................................
---------------
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି