ତିନି ଦିନିଆ ରେଞ୍ଜସ୍ତରୀୟ ପ୍ରଶିକ୍ଷଣ
ତିନି ଦିନିଆ ରେଞ୍ଜସ୍ତରୀୟ ପ୍ରଶିକ୍ଷଣ
ତିନି ଦିନିଆ ରେଞ୍ଜସ୍ତରୀୟ ପ୍ରଶିକ୍ଷଣ


ତିନି ଦିନିଆ ରେଞ୍ଜସ୍ତରୀୟ ପ୍ରଶିକ୍ଷଣ


ସମ୍ବଲପୁର, ୨୯ ଜୁଲାଇ (ହି.ସ.) : ରୋଜଗାର, ବେକାରୀ ଏବଂ ଅସଙ୍ଗଠିତ କ୍ଷେତ୍ରର ଉଦ୍ୟୋଗ ସମ୍ବନ୍ଧୀୟ ସର୍ଭେର ସଠିକ୍ ତଥ୍ୟ ସଂଗ୍ରହ ଓ କ୍ଷେତ୍ର ସ୍ତରରେ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡ଼ିଶା ପକ୍ଷରୁ ଉତ୍ତରାଞ୍ଚଳ (ପରିସଂଖ୍ୟାନ), ସମ୍ବଲପୁର ଆନୁକୂଳ୍ୟରେ ତିନି ଦିନିଆ ରେଞ୍ଜସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବଲପୁର ଲର୍ପଙ୍କସ୍ଥିତ ରେଭେନ୍ୟୁ ଇନ୍ସପେକ୍ଟର ଟ୍ରେନିଂ ଇନଷ୍ଟିଟ୍ୟୁଟରେ ଅନୁଷ୍ଠିତ ହୋଇଛି।

ଜୁଲାଇ ୨୭ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରଶିକ୍ଷଣରେ ଉତ୍ତରାଞ୍ଚଳର ୧୨ଟି ଜିଲ୍ଲାର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ଓ ପରିସଂଖ୍ୟାନ ଅଧିକାରୀଙ୍କ ସମେତ ୨୪ ଜଣ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜ ଜିଲ୍ଲାରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।

କାର୍ଯ୍ୟକ୍ରମକୁ ଅତିରିକ୍ତ ନିର୍ଦ୍ଦେଶକ ସଞ୍ଜୟ କୁମାର ନନ୍ଦ ଉଦ୍ଘାଟନ କରିଥିବାବେଳେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ, ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶକ ରାହୁଲ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରୋଜଗାର, ବେକାରୀ ଏବଂ ଅସଙ୍ଗଠିତ କ୍ଷେତ୍ର ସମ୍ବନ୍ଧୀୟ ନିର୍ଭୁଲ ତଥ୍ୟ ସଂଗ୍ରହ ନୀତି ନିର୍ଦ୍ଧାରଣ ଓ ଦେଶ, ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନରେ ସହାୟକ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande