
କେନ୍ଦୁଝର, ୨୯ ଜୁଲାଇ(ହି.ସ.) – କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି, ମୃତକମାନେ ହେଲେ ଖୁଂଟାପଡ଼ା ପଂଚାୟତ ଅନ୍ତର୍ଗତ କନ୍ତଲେଇ ଦାଣ୍ଡିଆସାହିର ରଙ୍ଗାଧର ଦେହୁରୀଙ୍କ ସ୍ତ୍ରୀ ଅଖାରୀ ଦେହୁରୀ(୫୮)ଓ କାଳିଆହତା ଘାଷିଡିହା ସାହିର ଶିତୁଲ୍ ମୁଣ୍ଡାଙ୍କ ଶିଶୁ କନ୍ୟା ଏଲିନା ମୁଣ୍ଡା(୧ବର୍ଷ), ଗତକାଲି ଲଗାଣ ବର୍ଷା ସତ୍ୱେ ଅଖାରୀ ସ୍ୱାମୀଙ୍କ ସହ ପ୍ରତିଦିନ ଭଳି ଗୋରୁ ଚରାଇବା ପାଇଁ ଯାଇଥିଲେ, ସନ୍ଧ୍ୟାରେ ଘରକୁ ଫେରିବାବେଳେ ଗାଁ ମୁଣ୍ଡ ଚାଷ ଜମିରେ ପ୍ରବାହିତ ବର୍ଷା ପାଣିରେ ଅଖାରୀ ପଡ଼ି ଯାଇଥିଲେ। ଆଜି ସକାଳେ ତା’ର ଶବକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛି। ସେହିପରି କାଳିଆହତାର ଶିତୁଲ୍ ମୁଣ୍ଡାଙ୍କ ଝିଅ ଏଲିନା ଆଜି ଅପରାହ୍ନରେ ଘର ନିକଟସ୍ଥ ନାଳ ପାରି ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ଦୀର୍ଘ ତିନି ଘଂଟା ଖୋଜାଖୋଜି ପରେ ଘଟଣାସ୍ଥଳରୁ ଏକ କିଲୋମିଟର ଦୂର ନାଳ ତଳମୁଣ୍ଡରୁ ତା'ର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA