
ଜୟପୁର , 29 ଜୁଲାଇ (ହି.ସ.) କୋରାପୁଟ ଜିଲାରେ ହୋଟେଲ ରେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲାର ଜୟପୁର , ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, କୁନ୍ଦୁରା ଅଂଚଳରେ ଛତୁ ଫୁଟିବା ଭଳି ହୋଟେଲ, ରେଷ୍ଟରାଣ୍ଟ ଗଢି ଉଠୁଛି । ସେଠାରେ ଗ୍ରାହକଙ୍କ ଭିଡ଼ ବି ଜମୁଛି । ଖାଦ୍ୟ ଆଳରେ କିନ୍ତୁ ସେମାନଙ୍କୁ ଜହର ପରଷା ଯାଉଛି । ପ୍ରତିଦିନ ଗ୍ରାହକଙ୍କ ବିଶ୍ୱାସ ସହ ହୋଟେଲ ଓ ରେଷ୍ଟରାଣ୍ଟ କର୍ତ୍ତୃପକ୍ଷ ଖେଳୁଥିବା ବେଳେ ଖାଦ୍ୟ ସୁରକ୍ଷା ବିଭାଗ ନିଘୋଡ଼ ନିଦରେ ଶୋଇ ରହିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।
ଅଭିେ୧ଯାଗ ହେଲେ କାଁ ଭା ଚଢାଉ କରି ନିଜ ଦାୟିତ୍ୱ ତୁଲାଇ ଦେଉଛି ପ୍ରଶାସନ । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁ କୋଣରୁ କୋରାପୁଟ ଜିଲା ରୁ ପରିଦର୍ଶନ କରିବାକୁ ଆସି ଅଞ୍ଚଳର ବିଭିନ୍ନ ହୋଟେଲ ରେ ଖାଦ୍ୟ ଖାଉଛନ୍ତି । ମାତ୍ର ହୋଟେଲ
କର୍ତ୍ତୃପକ୍ଷ ବାହ୍ୟ ଚକାଚକ୍ୟକୁ ଗୁରୁତ୍ୱ ଦେଉଥିବା ବେଳେ ଖାଦ୍ୟ ପ୍ରସ୍ତୁତି ଦିଗରେ ଯତ୍ନବାନ ହେଉନାହାନ୍ତି । ଫଳ ସୁରୂପ ପ୍ରତିଦିନ ଗ୍ରାହକ ଟଙ୍କା ଦେଇ ବାସି ଓ ଅପମିଶ୍ରିତ ଖାଦ୍ୟ ଖାଉଛନ୍ତି । ଅଂଚଳରେ ଶତାଧିକ ହୋଟେଲ ଅଛି । ଅନେକ
ହୋଟେଲ ରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ଅତ୍ୟନ୍ତ ନିମ୍ନମାନର । ସବୁଠାରୁ ବଡ଼ କଥା ହେଉଛି ସ୍ଥାନୀୟ ଅଞ୍ଚଳରେ କିଛି ନାଁ କରିଥିବା ହୋଟେଲ ଗୁଡିକରେ ପ୍ରତିଦିନ ବାସି ଖାଦ୍ୟ ଗ୍ରାହକଙ୍କୁ ପରଷୁଛନ୍ତି ।ଯାହାର ପ୍ରମାଣ ସୁରୂପ ଯଦି ଖାଦ୍ୟ ନିରାପତ୍ତା
ବିଭାଗ ଅଚାନକ ସକାଳୁ ଆସି ହୋଟେଲରେ ଥିବା ରେଫ୍ରିଜେଟର କିମ୍ବା ଫ୍ରିଜି ଯାଞ୍ଚ
କରିବେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ଖାଦ୍ୟ ଗ୍ରାହକ ଙ୍କୁ ପରସୁଛନ୍ତି, ବିଶ୍ୱାସରେ ଗ୍ରାହକ ଏହାକୁ ଖାଉଛନ୍ତି । କେବଳ ବାସି ଖାଦ୍ୟ ନୁହେଁ, ଖାଦ୍ୟ ପ୍ରସ୍ତୁତ ସ୍ଥାନ
ଉପରେ ନ କହିବା ଭଲ । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ମାସେ କିମ୍ବା ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଭଳି କାର୍ଯ୍ୟ ହୋଇ ଆସୁଛି । ଜିଲାର ବିଭିନ୍ନ ଅଞ୍ଚଳରେ କିଛି ଦିନ ପୂର୍ବେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଯାଞ୍ଚ ହୋଇଥିଲା । କିନ୍ତୁ ନିୟମିତ ବ୍ୟବଧାନ ରେ ଯାଞ୍ଚ ହେଉନଥିବାରୁ ଅନେକ ହୋଟେଲରେ ଖୁଲମ ଖୁଲ୍ଲା ବାସି ଖାଦ୍ୟ ବିକ୍ରି କରୁଛନ୍ତି । ସ୍ଥାନୀୟ କିଛି ବ୍ୟକ୍ତି ବିଶେଷ କହିଛନ୍ତି, ବଡ଼ ବଡ଼
ହୋଟେଲ ମାଲିକ ଙ୍କ ସହ ଖାଦ୍ୟ ସୁରକ୍ଷା ବିଭାଗର ମଧୁଚନ୍ଦ୍ରିକା ରହିଛି । ଯେଉଁଥି ପାଇଁ ଅଭିଯୋଗ ସତ୍ୱେ ବିଭାଗ ସେଠାରେ ନିୟମିତ ବ୍ୟବଧାନରେ ଖାଦ୍ୟର ମାନ ଯାଞ୍ଚ ନ କରି ଚୁପ ବସିଛି । ସ୍ଥାନୀୟ ଅଞ୍ଚଳ ବାସୀ ଦାବୀ କରିଛନ୍ତି ସ୍ୱତନ୍ତ୍ର ଟିମ୍ ଅଚାନକ ବିଭିନ୍ନ ହୋଟେଲ ଯାଞ୍ଚ କଲେ ବାସି ଖାଦ୍ୟର ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି