
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- କମନୱେଲ୍ଥ
ଗେମ୍ସ ୨୦୨୬ରେ ରୌପ୍ୟ ପଦକ ଜିତିଥିବା ଗୁଲବୀର ସିଂହଙ୍କୁ ଓ ହରଜିନ୍ଦର କୌରଙ୍କୁ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, କମନୱେଲ୍ଥ ଗେମ୍ସ ୨୦୨୬ରେ ପୁରୁଷ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଗୁଲବୀର ସିଂହଙ୍କୁ ଏବଂ
ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନ ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ହରଜିନ୍ଦର କୌରଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆପଣମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ଦୃଢ଼ ସଂକଳ୍ପ, ଅଦମ୍ୟ ଧୈର୍ଯ୍ୟ ଏବଂ
ଉତ୍କର୍ଷତା ପ୍ରତି ନିଷ୍ଠାର ପ୍ରତିଫଳନ। ସମଗ୍ର ଦେଶ ଆପଣମାନଙ୍କର ଏହି କୃତିତ୍ୱକୁ ଗର୍ବର ସହ
ପାଳନ କରୁଛି ଏବଂ କମନୱେଲ୍ଥ ଗେମ୍ସରେ ଟିମ୍ ଇଣ୍ଡିଆର ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା