ପବିତ୍ର ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ପବିତ୍ର ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ହା
ପବିତ୍ର ଗୁରୁ ପୂର୍ଣ୍ଣିମାର     ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ପବିତ୍ର ଗୁରୁ

ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା

ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଆମର ସନାତନ ସଂସ୍କୃତି ଓ ସମୃଦ୍ଧ ଋଷି ପରମ୍ପରାରେ ଗୁରୁ କେବଳ ମାର୍ଗଦର୍ଶକ ନୁହନ୍ତି, ବରଂ

ତ୍ୟାଗ, ସଂସ୍କାର

ଏବଂ ରାଷ୍ଟ୍ର-ନିର୍ମାଣର ପରମ ପ୍ରତୀକ। ଏହି

ପବିତ୍ର ତିଥିରେ ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାର ଶାଶ୍ୱତ ଚେତନା ଜାଗ୍ରତ

କରୁଥିବା ଆମର ବୈଚାରିକ ଆଦର୍ଶ ପରମ ପୂଜନୀୟ ଭଗବା ଧ୍ୱଜ ତଥା ଜୀବନର ବିଭିନ୍ନ କ୍ଷେତ୍ରରେ

ପଥପ୍ରଦର୍ଶନ କରିଥିବା ମୋର ସମସ୍ତ ଶିକ୍ଷାଗୁରୁ,

ଦୀକ୍ଷାଗୁରୁ ଏବଂ କର୍ମଗୁରୁଙ୍କ ଚରଣରେ ଶତ ଶତ ପ୍ରଣାମ ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande