ଅନ୍ତର୍ଜାତୀୟ ବାଘ ଦିବସରେ ବାଘ ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଅନ୍ତର୍ଜାତୀୟ ବାଘ ଦିବସରେ ବାଘ ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ବାଘ
ଅନ୍ତର୍ଜାତୀୟ ବାଘ ଦିବସରେ ବାଘ     ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଅନ୍ତର୍ଜାତୀୟ

ବାଘ ଦିବସରେ ବାଘ ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଅନ୍ତର୍ଜାତୀୟ ବାଘ ଦିବସ ଅବସରରେ ଆସନ୍ତୁ,

ପ୍ରକୃତିର ଅନ୍ୟତମ ଅତ୍ୟନ୍ତ ଗୌରବମୟ ପ୍ରାଣୀ ବାଘର ସୁରକ୍ଷା ପାଇଁ

ଆମର ସଂକଳ୍ପକୁ ପୁନର୍ବାର ଦୃଢ଼ କରିବା।

ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ

ବାଘମାନଙ୍କର ସୁରକ୍ଷିତ ବାସସ୍ଥାନ ଆମର ସାମୂହିକ ଦାୟିତ୍ୱର ପ୍ରତୀକ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶ

ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ଆସନ୍ତୁ, ଆମେ

ସମସ୍ତେ ମିଳିତ ଭାବେ ଅଙ୍ଗୀକାରବଦ୍ଧ ହେବା।

ସେହିପରି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା କହିଛନ୍ତି ଯେ, ଆନ୍ତର୍ଜାତୀୟ

ବାଘ ଦିବସ ଅବସରରେ ଆସନ୍ତୁ, ଆମର ମହାନ ବାଘ ଏବଂ ସେମାନଙ୍କର ବାସସ୍ଥାନର ସୁରକ୍ଷା ପାଇଁ ଆମର

ସଂକଳ୍ପକୁ ଆହୁରି ଦୃଢ଼ କରିବା।

ଆସନ୍ତୁ, ସମସ୍ତେ

ମିଳିମିଶି ଆମର ଜଙ୍ଗଲ, ସମୃଦ୍ଧ ଜୈବ ବିବିଧତା ଏବଂ ପ୍ରାକୃତିକ ଐତିହ୍ୟର ସୁରକ୍ଷା କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande