
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ରାଜ୍ୟର ବିଭିନ୍ନ ଅଂଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବନ୍ୟାଂଚଳରେ କୌଣସି ପ୍ରଭାବିତ ଯେପରି ଖାଦ୍ୟ ଅଭାବର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକତା ଦୃଷ୍ଟିରୁ ରନ୍ଧାଖାଦ୍ୟ ପ୍ରଦାନ ଅବଧିକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଓ ସମସ୍ତ ସମ୍ପୃକ୍ତ ବିଭାଗ ଗ୍ରାଉଣ୍ଡ ଜିରୋରେ ସମ୍ପୂର୍ଣ୍ଣ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଚିକିତ୍ସା ସେବା ଓ ନିରାପତା ସୁନିଶ୍ଚିତ କରାଯିବା ସହ ପ୍ରତିଟି ପ୍ରଭାବିତ ପରିବାର ନିକଟରେ ସହାୟତା ପହଂଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା