
ଜୟପୁର , 29 ଜୁଲାଇ (ହି.ସ.)ଗୁରୁ ପୁଣ୍ଣିମା ଅବସରରେ ଜୟପୁର ଢେପଗୁଡା ସ୍ଥିତ ସିରିଡି ସାଇ ବାବା ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ମନ୍ଦିର ତରଫରୁ ି ସାଇ ବାବା ଙ୍କ ନିକଟର ଆଜି ଅଭିଷେକ, ପୁଜା, ହୋମ ଆଳତି ଆଦି କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ହାତରେ ନଡିଆ କଦଳି ଧରି ଲମ୍ବା ଲାଇନରେ ସାଇ ବାବାଙ୍କୁ ଦର୍ଶନ କରିଥିଲେ । ଗୁରୁ ପୁଣ୍ଣିମା ରେ ସାଇ ବାବା ଙ୍କ ପାଦ ସ୍ୱର୍ଶ କଲେ ମହା ପୁଣ୍ଣ ମେଳିଥାଏ ବୋଲି ପ୍ରବାଦ ରହିଛି । ଏନେଇ ଭକ୍ତ ମାନେ ସାଇ ବାବା ଙ୍କ ମୁତ୍ତିରେ ପାଦ ସ୍ୱର୍ଶ କରିଥିଲେ । ସେହିପରି ଗଣେଷ ମନ୍ଦିର ପରିସରରେ ଥିବା ସାଇ ମନ୍ଦିର, ବାଙ୍କମଠରେ ଥିବା ସାଇ ମନ୍ଦିର, ଟାଙ୍କୁଆ ସ୍ଥିତ ସାଇ ମନ୍ଦିର, ଗାଗନାପୁର ସ୍ଥିତ ି ସାଇ ମନ୍ଦିରରରେ ମଧ୍ୟ ଗୁରୁ ପୁଣ୍ଣିମା ଅବସରରେ ସ୍ୱତନ୍ତ୍ର ପୁଜା ପାଠ କରାଯାଇଥିବା ଜଣାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି