
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ପବିତ୍ର ଗୁରୁ
ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତି
ପରିଡା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି
କନକ ବର୍ଦ୍ଧନ ସିଂହେଦଓ କହିଛନ୍ତି ଯେ, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ବର,ଗୁରୁ
ସାକ୍ଷାତ ପରଂବ୍ରହ୍ମ. ତସ୍ମେ ଶ୍ରୀ ଗୁରବେ ନମଃ । ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l
ସେହିପରି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା କହିଛନ୍ତି ଯେ, ପବିତ୍ର
ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା