ବାଘ ସୁରକ୍ଷା ପାଇଁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ବାଘ ସୁରକ୍ଷା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବାଘ ପୃଥିବୀର ସବୁଠାରୁ ଆକର୍ଷଣୀୟ ଓ ପ୍ରତୀକାତ୍ମକ ବନ୍ୟପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଭାରତ
ବାଘ ସୁରକ୍ଷା ପାଇଁ ନବୀନ     ପଟ୍ଟନାୟକଙ୍କ ଆହ୍ୱାନ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ବାଘ ସୁରକ୍ଷା

ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ନବୀନ କହିଛନ୍ତି ଯେ, ବାଘ ପୃଥିବୀର ସବୁଠାରୁ ଆକର୍ଷଣୀୟ ଓ ପ୍ରତୀକାତ୍ମକ ବନ୍ୟପ୍ରାଣୀମାନଙ୍କ

ମଧ୍ୟରୁ ଅନ୍ୟତମ। ଏହା ଭାରତର ସାଂସ୍କୃତିକ ଐତିହ୍ୟର ମଧ୍ୟ ଏକ ଗର୍ବର ପ୍ରତୀକ। ଓଡ଼ିଶା ହେଉଛି

ବିଶ୍ୱର ଏକମାତ୍ର ସ୍ଥାନ, ଯେଉଁଠାରେ ବନ୍ୟ ପରିବେଶରେ ମେଲାନିଷ୍ଟିକ୍ (କଳା) ବାଘ ଦେଖିବାକୁ

ମିଳେ।

ଆନ୍ତର୍ଜାତୀୟ ବାଘ ଦିବସ

ଅବସରରେ ଆସନ୍ତୁ, ଏହି ମହାନ ବୃହତ୍ ବିଲେଇ ପ୍ରଜାତିର ପ୍ରାଣୀ ଓ ସେମାନଙ୍କର

ବାସସ୍ଥାନର ସୁରକ୍ଷା ପାଇଁ ଆମେ ସମସ୍ତେ ହାତ ମିଳାଇବା, ଯାହାଫଳରେ ସେମାନେ

ପ୍ରକୃତିରେ ସୁରକ୍ଷିତ ଭାବେ ବଞ୍ଚି ରହିବା ସହ ନିରନ୍ତର ବଂଶବୃଦ୍ଧି କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande