ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବିରେ ନବନିର୍ମାଣର ରାଜ୍ୟ ସ୍ତରୀୟ ଯୁବଛାତ୍ର ସମାବେଶ ଅଗଷ୍ଟ ୯ ରେ
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଓଡ଼ିଶାର ନୂଆ ପାଠ୍ୟ ପୁସ୍ତକରେ ୧୬୭୮ ତ୍ରୃଟି ଏବଂ ଦୁର୍ନୀତିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ କରି ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ରାଜ୍ୟ ସ୍ତରୀୟ ଯୁବଛାତ୍ର ସମାବେଶ ଭୁବନେଶ୍ୱର ଲୋୟର ପିଏମଜିରେ ଅନୁଷ୍ଠିତ ହେବ ବୋଲି ବୁଧବାର ନବନିର୍ମାଣ ରାଜ୍ୟ କାର୍ଯ୍ୟା
fgi


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ଓଡ଼ିଶାର ନୂଆ ପାଠ୍ୟ ପୁସ୍ତକରେ ୧୬୭୮ ତ୍ରୃଟି ଏବଂ ଦୁର୍ନୀତିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ କରି ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ରାଜ୍ୟ ସ୍ତରୀୟ ଯୁବଛାତ୍ର ସମାବେଶ ଭୁବନେଶ୍ୱର ଲୋୟର ପିଏମଜିରେ ଅନୁଷ୍ଠିତ ହେବ ବୋଲି ବୁଧବାର ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନୱର ଅଲ୍ଲୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଓଡ଼ିଶା ସରକାର ଜଳ, ଜଙ୍ଗଲ, ଜମି ଓ ଖଣିକୁ ଆମ୍ବାନୀ, ଆମ୍ବାନୀ, ଟାଟା, ବିର୍ଲା, ଜିନ୍ଦଲ, ବେଦାନ୍ତ କାମ୍ପାନୀ ହାତରେ ଟେକିଦେଇଛନ୍ତି, ଆଦିବାସୀଙ୍କୁ ବିସ୍ଥାପନର ଶିକାର କରି ଦାଦନ ଯିବା ପାଇଁ ବାଧ୍ୟ କରିବା ସହ ଭିକାରୀ କରିଛନ୍ତି। ଯେଉଁ ଓଡ଼ିଶାରୁ ବାହାର ରାଜ୍ୟରୁ କମ୍ପାନୀ ଆସି ଶସ୍ତାରେ ଜଳ, ଜଙ୍ଗଲ, ଜମି, ଖଣି ନେଇ ମାଲେମାଲେ ହେଉଛନ୍ତି, ସେହି ଓଡ଼ିଶାରୁ ୫୦ ଲକ୍ଷ ଯୁବକ କାହିଁକି ଦାଦନ ଯାଉଛନ୍ତି ? ପିଲାଙ୍କର ଭବିଷ୍ୟତକୁ ନଷ୍ଟ କରିଦେଲେ, ସ୍କୁଲ ଅଛିତ ବିଲ୍ଡଂ ନାହିଁ, ବିଲ୍ଡଂ ଥିଲେ ଶିକ୍ଷକ ନାହିଁ। ସରକାର ଯୋଗାଉଥିବା ପାଠ୍ୟ ପୁସ୍ତକରେ ୧୬୭୮ ତୃଟି ପରିଲକ୍ଷିତ ହୋଇଛି, ଯେଉଁଥିରେ ୨୦୦ କୋଟି ଟଙ୍କା ଦୁର୍ନିତୀ ହୋଇଛି। ଯାହା ସବୁଠାରୁ ବଡ଼ ଅପରାଧ। ଉକ୍ତ ଉଦ୍ଦେଶ୍ୟକୁ ନେଇ ଆଗାମୀ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନବନିର୍ମାଣ ଯୁବଛାତ୍ର ସଂଗଠନର ଲୋୟର ପିଏମଜିରେ ବିଶାଳ ଯୁବଛାତ୍ର ସମାବେଶ ଅନୁଷ୍ଠିତ ହେବ ଓ ନୂଆ କ୍ରାନ୍ତିର ଡାକରା ଦିଆଯିବ।

ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପଦେଷ୍ଠା ମଧୁମିତା ସାମଲ, ଭୁବନେଶ୍ୱର ସଂଯୋଜକ ଅମିତ ଜେନା, ପୁରୀ ଜିଲ୍ଲା ସଂଯୋଜକ ସ୍ମୃତି ରଂଜନ ସାମଲ, ଏସ. କେ ହେଦାଇ, ଜୟନ୍ତ ଗୋସ୍ୱାମୀ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande