ଶତାୟୁ ବରିଷ୍ଠ ମୁରବୀଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ ନୂଆକୂଳ ଗ୍ରାମର ଶତାୟୁ ବରିଷ୍ଠ ମୁରବୀ ତଥା ସମାଜିକ କର୍ମୀ ହାଡିବନ୍ଧୁ ପ୍ରଧାନଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ବାସଭବନ ପରିସରରେ ପରଲୋକ ହୋଇ ଯାଇଛି । ପରଲୋକ ବେଳକୁ ତାଙ୍କୁ ୧୦୪ବର୍ଷ ହୋଇଥିଲା । ମାତ୍ର
ଶତାୟୁ ବରିଷ୍ଠ ମୁରବୀଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ ନୂଆକୂଳ ଗ୍ରାମର ଶତାୟୁ ବରିଷ୍ଠ ମୁରବୀ ତଥା ସମାଜିକ କର୍ମୀ ହାଡିବନ୍ଧୁ ପ୍ରଧାନଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ବାସଭବନ ପରିସରରେ ପରଲୋକ ହୋଇ ଯାଇଛି । ପରଲୋକ ବେଳକୁ ତାଙ୍କୁ ୧୦୪ବର୍ଷ ହୋଇଥିଲା । ମାତ୍ର କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ପରଲୋକ ସମୟରେ ପରିବାର ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ପରଲୋକର ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ବୁଧବାର ସକାଳୁସକାଳୁ ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଶେଷଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମସ୍ତ କର୍ମକର୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୩୪ ନଂ ଜୋନ ମଣ୍ଡଳ ସଭାପତି ତିର୍ଥରାଜ ପଣ୍ଡା,୧୫ ନଂ ଜୋନ ସଭାପତି ପ୍ରଶାନ୍ତ କୁମାର ନାୟକ,୧୧ଜୋନ ପ୍ରଭାରୀ ରାଜେଶ ପାଲ,୧୫ ନଂ ଜୋନ ପ୍ରଭାରୀ ଆଲୋକ ଲେଙ୍କା,୧୨ ନଂ ଜୋନ ପ୍ରଭାରୀ ଅଭିଷେକ ରାଉତ,ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ପୃଷ୍ଟି,ରସୁଲପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଟୁକ ସାମଲ ଓ ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା ପ୍ରମୁଖଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଓ ଶିକ୍ଷାବିତ୍ମାନେ ସ୍ୱର୍ଗତ ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହିତ ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇ ଥିଲେ । ତାଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳ ପରିକ୍ରମା ପରେ ଶେଷକୃତ ସମ୍ପନ୍ନ କରାଯାଇ ଥିଲା । ବଡପୁଅ ରମେଶ ଚନ୍ଦ୍ର ମୁଖାଗ୍ନୀ ଦେଇ ଥିଲେ । ସ୍ୱର୍ଗତ ପ୍ରଧାନ ଦୀର୍ଘ ଦିନ ଧରି ସ୍ଥାନୀୟ ଅଂଚଳବାସୀ ବରିଷ୍ଠ ମୁରବୀଭାବେ ବେଶ୍ ଆଦର କରୁଥିଲେ । ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ । ସ୍ଥାନୀୟ ଅଂଚଳରେ ଶତାୟୁ ମୁରବୀଙ୍କ ସ୍ଥାନ କେହି ହାସଲ କରି ପାରିବେ ନାହିଁ ବୋଲି ବରିଷ୍ଠ ସମାଜସେବୀମାନେ ମତ ପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande