ପେପର ମିଲରୁ ଟ୍ରାନସଫରମର ତମ୍ବା ତାର  ଲୁଟ
ଜୟପୁର , 29 ଜୁଲାଇ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ସ୍ଥିତ ପେପର ମିଲରୁ ଟ୍ରାନସଫରମର ତମ୍ବା ତାର ଲୁଟ ହୋଇଛି । ସିକ୍ୟୁରିଟି ଠିକାଦାର ସନ୍ତୋଷ ମଲ୍ଲିକ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖ ଦିନ ସିକ୍ୟୁରଟି ଗାର୍ଡ ମାନଙ୍କୁ ମାରଣାସ୍ତ୍ର ଦେଖାଇ ମୋବାଇଲ ଲୁଟ କରି ରୁମ ୩ ଜଣ କୁ
ପେପର ମିଲରୁ ଟ୍ରାନସଫରମର ତମ୍ବା ତାର  ଲୁଟ


ଜୟପୁର , 29 ଜୁଲାଇ (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ସ୍ଥିତ ପେପର ମିଲରୁ ଟ୍ରାନସଫରମର ତମ୍ବା ତାର ଲୁଟ ହୋଇଛି । ସିକ୍ୟୁରିଟି ଠିକାଦାର ସନ୍ତୋଷ ମଲ୍ଲିକ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖ ଦିନ ସିକ୍ୟୁରଟି ଗାର୍ଡ ମାନଙ୍କୁ ମାରଣାସ୍ତ୍ର ଦେଖାଇ ମୋବାଇଲ ଲୁଟ କରି ରୁମ ୩ ଜଣ କୁ ବାନ୍ଧୀ ଲୁଟ କରିଛନ୍ତି । ଦୁବୁତ୍ତ ମନେ ଟ୍ରାନସଫମର ଆଦି ଯନ୍ତ୍ରାସ ଲୁଟ କରି ନେଇ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ କାଗଜ କଳ କଳ ଜଳ ଉତ୍ସରୁ ଟ୍ରାନ୍ସଫରମର୍ ଚୋରି ଓ ଜଣେ ଶ୍ରମିକ ଗୁରୁତର ଆହତ । କାଗଜ କଳକୁ ଆଠ କିମି ଦୁରରୁ ପାଣି ଆଣିବା ପାଇଁ ବଡ଼ ମୋଟର ବସିଛି । ଏଥିପାଇଁ ଦୁଇଟି ଟ୍ରାନ୍ସଫରମର୍ ରହିଛି । ମାସକ ତଳେ ଗୋଟିଏ ଟ୍ରାନ୍ସଫରମର୍ ରୁ ତମ୍ବା କଏଲ୍ କାଟି ନେଇଯାଇଥିଲେ। ଦୁଇଦିନ ତଳେ ଚାଲିବା କ୍ଷମତା ରଖୁଥିବା ଟ୍ରାନ୍ସଫରମର୍ ରୁ ତମ୍ବା କଏଲ୍ କାଟି ନେଇଯାଇଛନ୍ତି । ସେକ୍ୟୁରିଟି ଗାର୍ଡ ମାନଙ୍କୁ ମାସ ମାସ ଧରି ଦରମା ନଦେବା ଯୋଗୁଁ ସେମାନେ ବରାବର ଡ୍ୟୁଟି ଯାଉ ନାହାଁନ୍ତି, ତା ସହ ଲଗାଣ ବର୍ଷା ଏବଂ ସେଠାରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଚୋର ମାନଙ୍କ ପାଇଁ ଖୋଲା ପଡ଼ିଛି। ଇତି ମଧ୍ୟରେ ପ୍ରାୟ ଦଶ ଦିନ ତଳେ ଜଣେ କଣ୍ଟ୍ରାକ୍ଟର ଲେବର୍ କାମ କରିବା ସମୟରେ ତାର ଗୋଡ କଟି ଯାଇଛି ଯେଉଁଠି ପ୍ରାୟ ବାରଟି ସିଲେଇ ପଡ଼ିଛି। କାରଖାନା ଚାଲୁ ନଥିଲା ବେଳେ କିଛି ଯନ୍ତ୍ର ପାତି ରକ୍ଷଣାବେକ୍ଷଣ ପାଇଁ ୱଲଡିଙ୍ଗ୍ କରାଯାଉଥିଲା। ଅତି ଗଭୀର ଆଘାତରୁ ଶ୍ରମିକ ଟି ରକ୍ଷା ପାଇ ଯାଇଛି। ଶ୍ରମିକ ଟିକୁ ମାତ୍ର ଦୁଇଶହ ଟଙ୍କା ଦିଆ ଯାଇଛି। ଇଏସଆଇ ଚିକିତ୍ସା ପାଇଁ ମଧ୍ୟ ସୁବିଧା ନାହିଁ। ଯଦି କୈ।ଣସି ସମୟରେ କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଏ କିଏ ଦାୟୀ ହେବ ଏ ପ୍ରଶ୍ନ ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି।ଏଭଳି ସ୍ଥିତିରେ ମ୍ୟାନେଜମେଣ୍ଟ ସବୁ ବିଷୟ ଲୁଚେଇ ରଖୁଛି । ବନ୍ଦ କାରଖାନା ଭିତର ଦେଇ କୋଇଲା ପାଉଁଶ ବୋହି ଦିନକୁ କୋଡ଼ିଏ ରୁ ଉର୍ଦ୍ଧ୍ବ ଟ୍ରକ୍ ବାହାର କୁ ଯାଉଛି। ଏସବୁ ବିନା ଦେୟରେ ଫ୍ଲାଇ ଆସ୍ ଇଟା ତିଆରି କାରଖାନା କୁ ଦେବା ପାଇଁ ସରକାରଙ୍କ ନିୟମ ଥିବା ବେଳେ କାରଖାନାର ବାହାରେ ଥିବା ପ୍ରାୟ ପଚିଶ ବର୍ଷ ର ପାଉଁଶ କୁ ବାହାର ରାସ୍ତାରେ ନ ନେଇ କାରଖାନା ଭିତର ଦେଇ ଟଙ୍କା ଅସୁଲ କରି ବିକ୍ରି କରା ଯାଉଛି କାହା ସ୍ୱାର୍ଥରେ ? ଏଥି ପ୍ରତି ସରକାରଙ୍କ ଦୃଷ୍ଟି ମଧ୍ୟ ନାହିଁ। ଆଗରୁ କାରଖାନା ବାହାରେ ପାଉଁଶ ଟ୍ରକ୍ ଯାଉଥିଲା। ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଓ ବୈଲର୍ ଡାଇରେକ୍ଟର ଙ୍କୁ ଅବଗତ କଲା ପରେ ମଧ୍ୟ କୈ।ଣସି ପଦକ୍ଷେପ ନିଆଯାଉ ନାହିଁ। କାରଖାନା କୁ ନୂଆ କମ୍ପାନୀ ମାର୍କ ଏବି ଅଧିଗ୍ରହଣ କରି ରାଜ୍ୟ ସରକାରଙ୍କ ଠାରୁ ଏନ୍ ଓ ସି ପାଇ ପ୍ରାୟ ବର୍ଷେ ହେଲାଣି କିନ୍ତୁ କିଛି କାର୍ଯ୍ୟ ଆରମ୍ଭ ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ଏହି ଭଳି ଚୋରି ଲାଗି ରହିଲେ କାରଖାନା ପୁନରୁଦ୍ଧାର ପାଇଁ ବାଧା ସୃଷ୍ଟି ହେବ।ଅବସରପ୍ରାପ୍ତ ଶ୍ରମିକ ମାନେ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପ୍ରତି ଦିନ ଏକ ଘଣ୍ଟା ଧାରଣା ଜାରି ରଖିଛନ୍ତି ସେମାନଙ୍କ ବକେୟା ପାଉଣା ପ୍ରଦାନ ପାଇଁ ଏବଂ କାରଖାନା ତୁରନ୍ତ ଚାଲୁ କରିବା ଦାବି ନେଇ । ଏହି ପ୍ରତିକ ଆନ୍ଦୋଳନ ରେ ସର୍ବଶ୍ରୀ ସୁଦର୍ଶନ ବିଷୋୟୀ, ଧ୍ରୁବ ବାରିକ,ସୁବାଷ ବେହେରା, ଭାସ୍କର ମିଶ୍ର, ବସନ୍ତ ବେହେରା ପ୍ରମୁଖ ଜାରି ରଖିଛନ୍ତି। ଜିଲ୍ଲାପାଳ ବୈଠକ ଡାକିବା ପାଇଁ କହିଥିଲେ । ମେ' ୨୮ ଜୟପୁର ବନ୍ଦ ପରେ ରାଜ୍ୟ ସରକାର ରିପୋର୍ଟ ସଂଗ୍ରହ କରୁଛନ୍ତି। କିନ୍ତୁ କିଛି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଗକୁ ପୁଣି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ବର୍ଷା କାଳୀନ ଅଧିବେଶନ ସମୟରେ ବିଧାନ ସଭା ଭିତରେ କାଗଜ କଳ ପ୍ରସଙ୍ଗ ଆଲୋଚନା କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରମିକ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସ୍ଥିର କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande