ଭାରସାମ୍ୟ ହରାଇ ନଦୀ ବନ୍ଧ ରାସ୍ତା ଉପରେ ଓଲଟିଲା ପିକ୍ ଅଫ
ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରମାପୁର ନିକଟସ୍ଥ କେଲୁଅ ନଦୀ ରାସ୍ତାରେ ଆଜି ସକାଳ ସମୟରେ ଏକ ମହିନ୍ଦ୍ରା ପିକ୍ ଅଫ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫିକ୍ ଅଫ୍ରେ ଥିବା ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଡ୍ରାଇଭର ଜଣକ ମୟୁରଭଞ୍ଜ ଅ
ଭାରସାମ୍ୟ ହରାଇ ନଦୀ ବନ୍ଧ ରାସ୍ତା ଉପରେ ଓଲଟିଲା ପିକ୍ ଅଫ


ଧର୍ମଶାଳା,୨୯ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରମାପୁର ନିକଟସ୍ଥ କେଲୁଅ ନଦୀ ରାସ୍ତାରେ ଆଜି ସକାଳ ସମୟରେ ଏକ ମହିନ୍ଦ୍ରା ପିକ୍ ଅଫ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫିକ୍ ଅଫ୍ରେ ଥିବା ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଡ୍ରାଇଭର ଜଣକ ମୟୁରଭଞ୍ଜ ଅଂଚଳର ବୋଲି ଜଣାପଡିଛି ।

ସୂଚନା ମୁତାବକ,ବୁଧବାର ୯ଟା ସମୟରେ ଜାରକା ପଟୁ ରମାପୁର ଅଂଚଳକୁ ଆସୁଥିବା ଏକ କୁକୁଡା ଦାନା ବୋଝେଇ ମହିନ୍ଦ୍ରା ପିକ୍ ଅଫ(ଓଡି୨୨କେ୫୬୫୬) ଗୋକର୍ଣ୍ଣେଶ୍ୱର-କଦମପାଳ କେଲୁଅ ନଦୀ ବନ୍ଧ ମୁଖ୍ୟ ରାସ୍ତା ରମାପୁର ନିକଟରେ ପଛ ଚକା ବାହାରି ଯାଇଥିଲା । ଫଳରେ ରାସ୍ତା ଉପରେ ପିକ୍ ଅଫଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande