ରାଜ୍ୟରେ ବନ୍ୟା ପରିସ୍ଥିତି : ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି | ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡ଼ି ହୋଇଥିଲେ | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସିଡିଏମଓ ମ
ରାଜ୍ୟରେ ବନ୍ୟା ପରିସ୍ଥିତି : ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ସ୍ୱାସ୍ଥ୍ୟ

ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା

ବୈଠକ କରାଯାଇଛି | ଭିସି ମାଧ୍ୟମରେ ସମସ୍ତ

ଅଧିକାରୀମାନେ ଯୋଡ଼ି ହୋଇଥିଲେ | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସିଡିଏମଓ ମାନଙ୍କୁ ଅଲର୍ଟ ରହିବାକୁ ନିର୍ଦେଶ

ଦିଆଯାଇଛି । ଏହାସହିତ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ କରାଯିବ , ସ୍ୱାସ୍ଥ୍ୟ ସେବାକୁ

ଲୋକଙ୍କ ପାଖକୁ ନିଆଯିବ । ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଉତ୍ତର ଓଡିଶାର ସମସ୍ତ ମେଡିକାଲ କଲେଜରେ ଥିବା ଡାକ୍ତର ଟିମକୁ ଆଲର୍ଟ

କରଯାଇଛି | ଯେଉଁଠି ଆବଶ୍ୟକ ସେଠାରେ ସେମାନଙ୍କୁ ମୁତୟନ କରାଯିବ

ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି କୋଭିଡ ପାଇଁ ବ୍ୟତୀବ୍ୟସ୍ତ ହୁଅନ୍ତୁ ନାହିଁ |

କୋଭିଡକୁ ସତର୍କତା ଦୃଷ୍ଟିରେ ରଖିଛୁ | ଭାରତ

ସରକାରଙ୍କ ଯାହା ଗାଇଡ଼ ଲାଇନ ଆସିବ ତାହାକୁ ଆମେ ଅନୁପାଳନ କରିବୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande